ଡ୍ରିମ୍ ଇଲେଭେନ କରିଦେଲା କୋଟିପତି। ପୁଅ ନାଁରେ ଆଇଡି ଖୋଲି ଟିମ୍ କରୁଥିଲେ। ଆଉ ଶେଷରେ ବାଜି ମାରିନେଲେ ଦୟାରାମ। ରାତାରାତି କୋଟିପତି ହୋଇଗଲେ। ମିର୍ଜାପୁରର ଦୟାରାମ ଆଦିବାସୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଲକ୍ଷ୍ନୌ ସୁପରଜାଏଣ୍ଟସ ମ୍ଯାଚରେ ଦୟାରାମ ୩ କୋଟି ଜିତିଛନ୍ତି। ମାତ୍ର ୪୯ ଟଙ୍କା ଲଗାଇଥିଲେ। ଆଉ ଆଇପିଏଲ ମ୍ୟାଚରେ ଲକ୍ଷ୍ନୌ ଓ ପଞ୍ଜାବ ଭିତରେ ନିଜ ଟିମ୍ ତିଆରି କରିଥିଲେ। ପୁଅ ଦେବେନ୍ଦ୍ର ପ୍ରତାପ ୮୦୦୫ ନାଁରେ ଆଇଡି କରିଥିଲେ। ଡ୍ରିମ୍ ୧୧ ଆପ୍ ରେ ମାତ୍ର ୪୯ ଟଙ୍କା ଲଗାଇ ଆଜି ୩ କୋଟିର ମାଲିକ ହୋଇପାରିଛନ୍ତି ଦୟାରାମ। ଲକ୍ଷ୍ନୌ ଓ ପଞ୍ଜାବ ଖେଳ ସରିବା ପରେ ଦୟାରାମଙ୍କ ୩ କୋଟି ଜିତିସାରିଥିଲେ। ୟୁପିର ମୀର୍ଜାପୁରର ନକ୍ସଲ ପ୍ରଭାବିତ ପଟେହରା କଲାର ଡଢିଆ ମଲୁବାରେ ରୁହନ୍ତି ଦୟାରାମ। ଏବେ ତାଙ୍କ ଭାଗ୍ୟ ଖୋଲିଯାଇଛି। ମଣ୍ଡିହାନ୍ ତହସିଲରେ ମୁନସି ଭାବେ କାମ କରନ୍ତି ଦୟାରାମ। ତେବେ ୩ କୋଟିରୁ ତାଙ୍କ ମିଳିବ ୨ କୋଟି ୧୦ଲକ୍ଷ। ବାକି ରାଶି ଟିକସ ବାବଦକୁ କଟିଯିବ। ଦୟାରାମ ଡ୍ରିମ୍ ଇଲେଭେନ୍ ଗେମ୍ ଅଢ଼େଇ ବର୍ଷ ହେଲା ଖେଳୁଥିଲେ। ଆଉ ଏବେ କୋଟିପତି ହେବା ପରେ ପରିବାରର ଖୁସି କହିଲେ ନ ସରେ। ୫ ଜଣଙ୍କୁ ନେଇ ଦୟାରାମଙ୍କ ପରିବାର। ଗୋଟିଏ ପୁଅ ପ୍ରୟାଗରାଜରେ ପଢ଼ୁଥିଲା ବେଳେ ଆଉ ଦୁଇଟି ପିଲା ନିକଟସ୍ଥ ଆଦର୍ଶ ଇଣ୍ଟର କଲେଜରେ ପଢ଼ନ୍ତି। ଏହି ଅର୍ଥରେ ଏଣିକି ପିଲାଙ୍କ ପାଠପଢ଼ା ଓ ଘର ତିଆରି କରିବେ ବୋଲି କହିଛନ୍ତି ଦୟାରାମ। ଏମିତିରେ ଦୟାରାମଙ୍କ ଦୈନିକ ରୋଜଗାର ୩ଶହ ଟଙ୍କା। ଏଥିରେ ପରିବାରର ଗୁଜୁରାଣ ମେଣ୍ଟାଇବା କଷ୍ଟ ଥିଲା। ଦୟାରାମ ଛୋଟ ଝାଟିମାଟି ଘରେ ରୁହନ୍ତି। ଏତେ ଅର୍ଥ ଜିତିବେ ବୋଲି ସେ କଦାପି କଳ୍ପନା କରିନଥିଲେ। କିନ୍ତୁ ସବୁବେଳେ ମ୍ଯାଚର ଖେଳାଳୀ, ପିଚ୍ ର ଆକଳନ ଓ ଆନାଲିସିସ ତଥା ଗଭୀର ବିଶ୍ଳେଷଣ କରୁଥିଲେ। ଆଉ ଏହାର ପରିଣାମସ୍ୱରୂପ ମେଗା କଣ୍ଟେଷ୍ଟରେ ବାଜି ମାରିନେଇଥିଲେ। ତେବେ ଏଣିକି ଆଉ ଡ୍ରିମ୍ ଇଲେଭେନ୍ ଖେଳିବେନି ବୋଲି ନିଷ୍ପତ୍ତି ନେଇଛନ୍ତି ଦୟାରାମ। ଡ୍ରିମ୍ ଇଲେଭେନ ବିଜ୍ଞାପନ ଦେଖି ଏଥିରୁ ଖେଳ ବାବଦରେ ଜ୍ଞାନ ଆହରଣ କରିଥିଲେ ଓ ଖେଳିବା ଆରମ୍ଭ କରିଥିଲେ ଅଢ଼େଇ ବର୍ଷ ଧରି। ଏଥିରେ ଏତେ ମଜ୍ଜି ଯାଇଥିଲେ ଯେ, ସମୟ ଅଭାବରୁ ମୁନସି କାମ ବି ଛାଡ଼ିଦେଇଥିଲେ। ସମ୍ପୂର୍ଣ୍ଣ ଭାବେ ଆଇପିଏଲର ପ୍ରସ୍ତୁତିରେ ଲାଗିପଡ଼ିଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now