ଆସିପାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ

Spread the love

() ୨୦୨୩-୨୪ ଆର୍ଥୀକ ବର୍ଷର ବଜେଟ ଉପସ୍ଥାପନ ପୂର୍ବରୁ ବସିଛି ପ୍ରସ୍ତୁତି ବୈଠକ । ଅର୍ଥମନ୍ତ୍ରୀ, ପୂର୍ବତନ ଅର୍ଥମନ୍ତ୍ରୀ, ଆର ବି ଆଇର ଅଧିକାରୀଓ ରାଜ୍ୟର ଅର୍ଥନୀତିଜ୍ଞ ରାଜ୍ୟ ପାଇଁ ଆଗାମୀ ଆୟବ୍ୟୟର ହିସାବ କିତାବ ବେଳେ କେଉଁ କଥାକୁ ଗୁରୁତ୍ୱ ଦିଆଯିବା ଉଚିତ ତାର ପ୍ରସ୍ତାବ ଦେଇଛନ୍ତି । ବିଶେଷ କରି କୃଷି ଓ ଆନୁସଙ୍ଗିକ କ୍ଷେତ୍ର,ସାମାଜିକ ସୁରକ୍ଷା ଯୋଜନା ଓ ଏମଏସଏମଇ କ୍ଷେତ୍ରରେ ବଜେଟରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଆଲୋଚନା ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରି ବଜେଟ ବୈଠକ। ଆସିପାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ । ବଜେଟରେ ମହିଳା ଓ ବୟସ୍କଙ୍କୁ ମିଳିପାରେ ଅଧିକ ଗୁରୁତ୍ୱ। ସାଧାରଣ ବଜେଟ ଉପସ୍ଥାପନ ପରେ ପରେ ଆସିବ ରାଜ୍ୟ ବଜେଟ । କେନ୍ଦ୍ରର ଅଂଶଧନ ଦେଖି ରାଜ୍ୟ ବଜେଟର ରୁପରେଖ ପ୍ରସ୍ତୁତ ହେବ । କିନ୍ତୁ ତା ପୂର୍ବରୁ ଆର୍ଥୀକ ଆୟବ୍ୟୟ ଅଟକଳରେ କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ତାର ହିସାବକିତାବ ପାଇଁ ରାଜ୍ୟ ସରାକରଙ୍କ ଅର୍ଥ ବିଭାଗ ତରଫରୁ ବସିଛି ପ୍ରି ବଜେଟ ପରାମର୍ଶ ବୈଠକ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବଜେଟରେ ଅର୍ଥନୀତିକୁ କମ୍ ରାଜନୀତିକୁ ଅଧିକ ଗୁରୁତ୍ୱ ଦେଇ ଲୋକାଭିମୂଖୀ ବଜେଟ ଉପସ୍ଥାପନ ହୋଇପାରେ ବୋଲି ଆକଳନ କରାଯାଉଛି ।  ମହିଳା ଓ ବୟସ୍କଙ୍କୁ ଦୃଷ୍ଟିରେ ରଖି ନୂଆ ସ୍କିମ ବା ଅଧିକ ବ୍ୟୟବରାଦକୁ ଗୁରୁତ୍ୱ ଦେବାକୁ ବିଚାର ହୋଇଛି । ଏହାସହ ସାମାଜିକ ସୁରକ୍ଷା, କୃଷି, ଏମଏସଏମଇ କ୍ଷେତ୍ରକୁ ଅଧିକ ଫୋକସ କରାଯିବ ବୋଲି ସଙ୍କେତ ମିଳିଛି ।

ସେପଟେ ବୈଠକରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥନିତୀଜ୍ଞମାନେ ନିଜର ମତାମତ ଦେଇଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡେଇ କହିଛନ୍ତି ଏଥର ମିଳୁଥିବା ବାର୍ଦ୍ଧକ୍ୟ ଭତ୍ତାକୁ ୫୦୦ରୁ ୧୦୦୦କୁ ବୃଦ୍ଧି ପାଇଁ ଆଲୋଚନା ହୋଇଛି । ଏହାସହ ମିଶନ ଶକ୍ତି , ବେକାରୀ ଦୂରୀକରଣ ଓ କ୍ଷୁଦ୍ରଶିଳ୍ପକୁ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଛି । ଏହାସହ ପର୍ଯ୍ୟଟନ କ୍ଷେତ୍ରକୁ ବଜେଟରେ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଛି । ସବୁଠାରୁ ବଡକଥା ହେଲେ ଗ୍ରାମାଞ୍ଚଳ ପର୍ଯ୍ୟଟନ ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି ।

ତେବେ ଗତ ୨୨-୨୩ ଆର୍ଥିକ ବର୍ଷ ବଜେଟରେ ୨ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ ହୋଇଥିଲା । ହେଲେ ବିଭିନ୍ନ ବିଭାଗ ନିଜର ୬୦ ପ୍ରତିଶତ ଅର୍ଥ ମଧ୍ୟ ଖର୍ଚ୍ଚ କରି ପାରିନାହାନ୍ତି । ଫଳରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବଜେଟ ହେଉଛି ସତ କିନ୍ତୁ ତାର କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଦେଖାଦେଉଛି।

ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *