ଗୋଟିଏ ଦିନ ବଢ଼ିଲା ସକାଳୁଆ ସ୍କୁଲ

Spread the love

ଖରା ଓ ଗୁଳୁଗୁଳିକୁ ଦେଖି ରାଜ୍ୟ ସରକାର ସ୍କୁଲ ଖୋଲିବା ସମୟ ଆଉ ଗୋଟିଏ ଦିନ ବଢ଼ାଇଛନ୍ତି। ସକାଳ ସାଢ଼େ ୬ରୁ ସାଢ଼େ ୧୦ଟା ଯାଏ ସ୍କୁଲ ଖୋଲିବା ସମୟ ଆଗରୁ ଧାର୍ଯ୍ୟ କରିଥିଲେ। ଯାହାକି ୨୦ ତାରିଖ ଯାଏ ବଳବତ୍ତର ଥିଲା। ଜିଲ୍ଲାପାଳମାନେ ନିଜ ସ୍ତରରେ ନିଷ୍ପତ୍ତି ନେବେ ବୋଲି ନିର୍ଦେଶ ଦେଇଥିଲେ ସରକାର। କିନ୍ତୁ ତାତି ଲାଗିଥିବାରୁ ୨୧ ଯାଏ ଏହି ସମୟରେ କୌଣସି ପରିବର୍ତ୍ତନ ହେବନି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିଛି। ୨୨ ରୁ ସ୍କୁଲ ଖୋଲିବା ସମୟ ସ୍ୱାଭାବିକ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବି କହିଥିଲେ, ପାଣିପାଗର ସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *