ସାଧାରଣ ଲୋକଙ୍କ ତୁଳନାରେ ନେତାଙ୍କ ଆୟୁଷ ଅଧିକ: ଗବେଷଣା

Spread the love

ଦୁନିଆରେ ପ୍ରଭାବିତ କରୁଥିବା ନେତାଙ୍କୁ ନେଇ ଆସିଛି ନୂଆ ଏକ ତଥ୍ୟ। ଅନୁସନ୍ଧାନରୁ ଜଣା ପଡିଛି କି, ସାଧାରଣ ଜନତାଙ୍କ ତୁଳନାରେ ନେତାମାନେ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାନ୍ତି।  ବୈଜ୍ଞାନିକଙ୍କ ଦ୍ବାରା ହୋଇଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ଗବେଷଣାରୁ ଜଣାପଡିଛି, ସମୟ ସହ କୁଳୀନ ଓ ସାଧାରଣ ବର୍ଗ ଲୋକଙ୍କ  ମଧ୍ୟରେ ବିରାଟ ଅସମାନତା ପଦାକୁ ଆସିଛି। ଉନବିଂଶ ଶତାବ୍ଦୀ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭରେ  ଅଧିକାଂଶ ଦେଶର ନେତାଙ୍କ ମୃତ୍ୟୁ ସାଧାରଣ ଲୋକଙ୍କ ମୃତ୍ୟୁ କାଳ ମଧ୍ୟରେ ହୋଇଥାଏ। କିନ୍ତୁ ବିଂଶ ଶତାବ୍ଦୀ ସମୟରେ ମୃତ୍ୟୁର ବୟସ ମଧ୍ୟରେ ଅନ୍ତର ସମସ୍ତ ଦେଶଗୁଡିକ ମଧ୍ୟରେ ବ୍ୟାପକ ରୂପେ ବଢିଛି।

ଏହି ଗବେଷଣା ବିଶ୍ବର ୫୭,୫୦୦ରୁ ଅଧିକ ନେତାଙ୍କୁ ନେଇ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ହୋଇଥିଲା ଓ ଏଥିରେ କୁହାଯାଇଥିଲା କି,  ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, କାନାଡା, ଫ୍ରାନ୍ସ, ଜର୍ମାନ, ଇଟାଲୀ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ସ୍ବିଜରଲ୍ୟାଣ୍ଡ, ୟୁକେ ଓ ଆମେରିକା ସହ ୧୧ ଦେଶର ନେତାଙ୍କୁ ଏହି ଅନୁସନ୍ଧାନରେ ସାମିଲ କରାଯାଇଥିଲା। ଅନୁସନ୍ଧାନକାରୀ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲେ କି, ୧୮୧୬ରୁ ୨୦୧୭ ମଧ୍ୟରେ ସମସ୍ତ ଦେଶର ରାଜନେତାମାନଙ୍କ ରେକର୍ଡର ବିଶ୍ଲେଷଣ କରାଯାଇଥିଲା।

ଏହି ନେତାମାନଙ୍କ ମଧ୍ୟରେ ୩ ପ୍ରତିଶତରୁ ୨୧ ପ୍ରତିଶତ ମହିଳା ନେତା ଥିଲେ।ଏଥିରୁ ଜଣାପଡିଥିଲା କି, ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ କାଳ ବଞ୍ଚିଛନ୍ତି। ସ୍ବିଜରଲ୍ୟାଣ୍ଡର ସାଧାରଣ ନାଗରିକ ଓ ନେତାଙ୍କ ମଧ୍ୟରେ ଜୀବନକୁ ନେଇ ପ୍ରତ୍ୟାଶା ୩ ବର୍ଷ ଅନ୍ତର ରହିଛି ଓ ଆମେରିକାରେ ଏହି ଅନ୍ତର ୭ ବର୍ଷ ରହିଛି।

Leave a Reply

Your email address will not be published. Required fields are marked *