ପ୍ୟାରିସ ଅଲମ୍ପିକ୍ସରେ ଅନସ୍ପଟ୍ ପ୍ରପୋଜ

ବର୍ତ୍ତମାନ କ୍ରୀଡାର ମହାକୁମ୍ଭ ପ୍ୟାରିସ ଅଲମ୍ପିକ୍ସ ୨୦୨୪ ଚାଲିଛି । କ୍ରୀଡ଼ା ମହାକୁମ୍ଭରେ ଜାରି ରହିଛି ଖେଳାଳିଙ୍କ ଜଲଓ୍ୱା । ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ସହ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ପ୍ରତି ଖେଳାଳିଙ୍କ ସ୍ୱପ୍ନ ରହିଥିବା ବେଳେ ପ୍ରତିଦ୍ବନ୍ଦିତାରେ ଲାଗି ପଡିଛନ୍ତି ଖେଳାଳୀ । ଆଉ ଯଦି ପଦକ ବିଜୟ ପରେ ଅନସ୍ପଟ ବିବାହ ପାଇଁ ପ୍ରପୋଜାଲ ମିଳେ ତେବ ଖୁସି ହୋଇଯାଏ ଡବଲ । ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରତିଦିନ ଏକରୁ ଅଧିକ ପ୍ରତିଯୋଗିତା ଦେଖିବାକୁ ମିଳୁଛି । କିଛି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଚାଇନାର ମହିଳା ଖେଳାଳି ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ପରେ ସେ ତାଙ୍କ ସାଥୀ ଖେଳାଳିଙ୍କଠାରୁ ବିବାହ ପ୍ରସ୍ତାବ ପାଇଥିଲେ, ଯାହାକୁ ସେ ମନା କରିପାରିନଥିଲେ ।ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଚାଇନାର ବ୍ୟାଡମିଣ୍ଟନ ଖେଳାଳି ହୁଆଙ୍ଗ ୟ କିଓନଗ ସ୍ୱର୍ଣ୍ଣ ପଦକ ହାତେଇଥିଲେ । ଯାହା ପରେ ସେ ତାଙ୍କ ସାଥୀ ଖେଳାଳି ତାଙ୍କୁ ଅନସ୍ପଟ ପ୍ରପୋଜ କରିଥିଲେ ।

ତେବେ ପଦକ ମିଳିବାର କିଛି କ୍ଷମ ମଧ୍ୟରେ ହୁଆଙ୍ଗଙ୍କୁ ଚାଇନାର ଅନ୍ୟ ଜଣେ ବ୍ୟାଡମିଣ୍ଟନ ସାଥୀ ଲି ୟୁଚେନଙ୍କ ବିବାହ ପ୍ରସ୍ତାବ ଦେଇଥିଲେ । ସେ କହିଛନ୍ତି,“ଏହି ପ୍ରସ୍ତାବ ମୋ ପାଇଁ ଥିଲା ଆଶ୍ଚର୍ଯ୍ୟଜନକ । କାରଣ ମୁଁ ଖେଳ ପରେ ସେଲିବ୍ରେସନ ମୁଡ୍ରେ ଥିଲି । ମୁଁ ଜଣେ ଅଲିମ୍ପିକ୍ ଚାମ୍ପିଅନ୍ ସେଥିପାଇଁ ବିବାହ ପ୍ରସ୍ତାବ ପାଇବା ଯାହା ମୋ ଆଶ୍ଚର୍ଯ୍ୟ ବାହାରେ ଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *