ଆଖି ବୁଜିଲା ସାରା

Spread the love

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ ‘ସାରା’ର ମୃତ୍ୟୁ ଘଟିଛି । ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ସାରା । ୨୦୦୬ ମସିହାରେ ବାନ୍ଧବଗଡ଼ରୁ ‘ସାରା’ ଆସିଥିଲା ନନ୍ଦନକାନନ । ସୂଚନାଅନୁଯାୟୀ ଗୁରୁବାର ଭୋର ୪ଟା ୪୨ ସମୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ‘ସାରା’ର ମୃତ୍ୟୁ ଘଟିଛି। ୨୦୦୯ ମସିହାରେ ପ୍ରାଣୀ ଉଦ୍ୟାନକୁ ଆସିଥିବା ବାଘୁଣୀ ‘ସାରା’ ଆଖି ବୁଜିଛି। ମୃତ୍ୟୁ ବେଳକୁ ‘ସାରା’କୁ  ୧୮ ବର୍ଷ ଏକମାସ ବୟସ ହୋଇଥିବା ପ୍ରାଣୀ ଉଦ୍ୟାନ ପକ୍ଷରୁ କୁହାଯାଇଛି।

‘ସାରା’ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଇଥିବା ବେଳେ କିଛିଦିନ ହେବ ‘ସାରା’ ଠିକ୍ ଭାବେ ଖାଦ୍ୟ ଖାଉ ନ ଥିଲା। ପ୍ରାଣୀ ଉଦ୍ୟାନ ଚିକିତ୍ସକଙ୍କ ଦ୍ୱାରା ‘ସାରା’ର ଚିକିତ୍ସା କରାଯାଉଥିଲା ।

ପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଭୋପାଳ ଚିଡିଆଖାନାରୁ ୨୦୦୯ରେ ବାଘୁଣୀ ‘ସାରା’ନନ୍ଦନକାନନ ଆସିଥିଲା । ପ୍ରତି ବଦଳରେ ନନ୍ଦନକାନନରୁ ଗୋଟିଏ ଧଳାବାଘ ଦିଆଯାଇଥିଲା । ‘ସାରା’ର ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି।

Leave a Reply

Your email address will not be published. Required fields are marked *