ଚାଷୀ ଓ ଚାଷର ବିକାଶ ପାଇଁ ଡିଜିଟାଲ ଏଗ୍ରିକଲଚର ମିଶନ

୨ହଜାର୮୧୭ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ଏଗ୍ରିକଲଚର ମିଶନ। କ୍ୟାବିନେଟ୍ ଏହାକୁ ମଞ୍ଜୁରୀ ଦେଇଛି। ଚାଷୀଙ୍କ ଲାଗି ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏହି ମିଶନ ଜରିଆରେ ଚାଷୀଙ୍କ ଆୟରେ ବୃଦ୍ଧି ଘଟିବ। ଏହି ମିଶନର ଉଦେଶ୍ୟ ହେଲା କି, ଚାଷୀଙ୍କ ଆୟ ବୃଦ୍ଧି ସହ କୃଷି ଉତ୍ପାଦକରେ ସୁଧାର ଆଣିବା। ଏହି ମିଶନ ଜରିଆରେ ଚାଷ ସହ ଜଡ଼ିତ ବିଭିନ୍ନ ସେବା ଯଥା ପାଣିପାଗର ଭବିଷ୍ୟତବାଣୀ, ବିହନ ଗୁଣାବତ୍ତା, କୀଟନାଶକର ଉପଯୋଗ, ବଜାରର ସ୍ଥିତି। ଏ ସବୁ ଅନଲାଇନରେ ହାତ ପାହାନ୍ତାରେ ଚାଷୀଙ୍କ ପାଖରେ ଉପଲବ୍ଧ ହେବ। ଡିଜିଟାଲ ଉପକରଣ ଓ ପ୍ଲାଟଫର୍ମ ଜରିଆରେ ଚାଷୀଙ୍କୁ କୃଷି ସମ୍ୱନ୍ଧୀୟ ସୂଚନା ଓ ସେବା ପ୍ରଦାନରେ ଏହା ସଶକ୍ତ କରିବ। ଏହା ସହ କୃଷି ଜ୍ଞାନକୌଶଳ, ଜଳ ସଂଶାଧନକୁ ଉନ୍ନତ କରିବାର ବ୍ୟବସ୍ଥା, ମାଟିର ଉର୍ବରତା ବୃଦ୍ଧି ଆଦି ଅନେକ କଥା ଉପଲବ୍ଧ ହେବ। କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନର ବାଟ ବତାଇବ ଏହି ମିଶନ। ଡିଜିଟାଲ ଏଗ୍ରିକଲଚର ବାବଦରେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିସ୍ତୃତ ସୂଚନା ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *