ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ

Spread the love

ଭାରତ ଏକ ଏଭଳି ଦେଶ ଯାହାର ବିଭିର୍ଣ୍ଣ ଅଞ୍ଚଳ ପରଷ୍ପର ଠାରୁ ଭୌଗଳିକ ଭାବେ ବହୁତ ଅଲଗା l ଏକସମୟରେ କେଉଁଠି ପ୍ରବଳ ବନ୍ୟା ହୋଇ ଯୋଗାଯୋଗ ବିଛିର୍ଣ୍ଣ ହେଉଥିବା ବେଳେ ଆଉ କେଉଁଠି ମରୁଡି ପରିସ୍ଥିତି ରେ ହନ୍ତସନ୍ତ ହେଉଛନ୍ତି ଲୋକେ…ଆସନ୍ତୁ ଦେଖିବା ଏହି ରିପୋର୍ଟ
ଭାରତ ର ଉତ୍ତରପୂର୍ବ ରାଜ୍ୟ ମେଘାଳୟ ରେ ବନ୍ୟା ବିପତ୍ତି। ବନ୍ୟାଜଳ ରେ ବ୍ରିଜ଼ ଧୋଇହୋଇ ଯୋଗାଯୋଗ ବିଛିନ୍ନ ହୋଇଛି l ଗୁରୁବାର ଦିନ ମେଘାଳୟର ଜିଜିକା ଓ ମେଗୁଆକୁ ସଂଯୋଗ କରୁଥିବା କାଠ ସେତୁ ଧୋଇ ହୋଇଯାଇଛି । ମେଘାଳୟର ଦକ୍ଷିଣ ଗାରୋ ପାହାଡ ଏବଂ ପଶ୍ଚିମ ଗାରୋ ପାହାଡ ସୀମାବର୍ତ୍ତୀ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି l
ବର୍ଷା ଯୋଗୁଁ ଭୂସ୍ଖଳନ ଓ ବନ୍ୟା ପରିସ୍ଥିତି ଏ ପର୍ଯ୍ୟନ୍ତ ଅନେକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ଆସାମର ବାରକ ଉପତ୍ୟକା ଏବଂ ଡିମା ହାସାଓ ଜିଲ୍ଲାକୁ ସଡକ ଏବଂ ରେଳ ସଂଯୋଗ ବିଛିନ୍ନ ହୋଇଛି। ସଡ଼କ କିମ୍ବା ରେଳପଥରେ ପଡୋଶୀ ରାଜ୍ୟ ତ୍ରିପୁରା, ମିଜୋରାମ ଏବଂ ଆସାମକୁ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ହୋଇଛି |


ଅପରପକ୍ଷରେ ପଶ୍ଚିମ ରାଜ୍ୟ ମହାରାଷ୍ଟ୍ର ରେ ଭୀଷଣ ଜଳ ସମସ୍ୟା ଦେଖାଦେଇଛି l ଏକ ବାଲ୍ଟି ପାଣି ପାଇଁ ଜୀବନ କୁ ବାଜି ଲଗାଉଛନ୍ତି ଗାଁ ଲୋକ l ଖବର ଟି ମହାରାଷ୍ଟ୍ରର ମେଲଘାଟର ଖଡିଆଲ ଗାଁର, ଯେଉଁଠାରେ ଲୋକମାନେ ଏକ ବାଲ୍ଟି ପାଣି ପାଇଁ ନିଜ ଜୀବନକୁ ବିପଦରେ ପକାଉଛନ୍ତି l

ଗ୍ରାମରେ କେବଳ ଦୁଇଟି କୂଅ ଅଛି ଯାହା ପ୍ରାୟ ଶୁଖି ଯାଇଥିବାବେଳେ 1500 ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ପ୍ରତିଦିନ ପାଣି ପାଇଁ 2-3 ଟ୍ୟାଙ୍କର୍ ଉପରେ ନିର୍ଭରଶୀଳ ବୋଲି ଗ୍ରାମବାସୀ କହିଛନ୍ତି। ଦୁଇଟି ଟ୍ୟାଙ୍କର୍ ମାଧ୍ୟମ ରେ ପ୍ରଥମେ ଏହି ଶୁଖିଲା କୂଅରେ ପାଣି ଢଳାଯାଏ ପରେ ଗ୍ରାମବାସୀ କୂଅରୁ ନିଜ ଜୀବନକୁ ବିପଦରେ ପକାଇ ପାଣି ନେଇଥାନ୍ତି , ଏହି ମଇଳା ପାଣି ପିଇବା ପରେ ରୋଗ ରେ ମଧ୍ୟ ପଡୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l

  • ଅଭିଷେକ ପୁରୋହିତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *