ବାଂଲାଦେଶ ରେ ହିନ୍ଦୁଙ୍କ ଉପରେ ଅକଥନୀୟ ନିର୍ଯାତନା ଓ ହିନ୍ଦୁ ଦେବା ଦେବୀ ମନ୍ଦିର ଉପରେ ଦିନ କୁ ଦିନ ଆକ୍ରମଣ ବଢ଼ିଚାଲିଛି। ଏହାର ପ୍ରତିବାଦରେ ସନାତନ ଧର୍ମ ର ସୁରକ୍ଷା ପାଇଁ ଭଦ୍ରକ ଜିଲ୍ଲା ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଥିଲାବେଳେ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିବାଦ ସଭାରେ ହିନ୍ଦୁଙ୍କ ସୁରକ୍ଷା ଦାବୀ କରାଯିବା ସହ ବାଙ୍ଗଲାଦେଶ ର ଅତ୍ୟାଚାରୀ ମହମ୍ମଦ ୟୁନୁସ୍ ସରକାର ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବର୍ତମାନ ର ଅସ୍ଥାୟୀ ରାଷ୍ଟ୍ରପତି ଙ୍କ କୁଶପୁତତଳିକା ଦାହ କରାଯାଇଥିଲା। ପରେ ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେବାଙ୍ଗଲାଦେଶ ର ହିନ୍ଦୁଙ୍କ ସୁରକ୍ଷା ଦାବୀ କରି ବାଙ୍ଗଲାଦେଶ ରେ ହିନ୍ଦୁସମାଜ ଉପରେ ଆକ୍ରମଣ ଏବଂ ଇସ୍କନର ସନ୍ଥ ଚିନ୍ମୟକୃଷ୍ଣ ଦାସଙ୍କ ଗିରଫଦାରି କୁ ବିରୋଧ କରି ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now