ଆଇସିସି ଶ୍ରେଷ୍ଠ ଏକାଦଶରେ ସ୍ଥାନ ପାଇଲେନି ଭାରତୀୟ ଖେଳାଳି

ଖେଳାଳିଙ୍କ ବର୍ଷ ତମାମର ପ୍ରଦର୍ଶନ ଆଧାରରେ ଆଇସିସି ପକ୍ଷରୁ ଶ୍ରେଷ୍ଠ ଦିନିକିଆ ଦଳ ଗଠନ ହୁଏ।୨୦୨୪ରେ ଭାରତୀୟ କ୍ରିକେଟ ଟିମର ଖରାପ ଖେଳ ଯୋଗୁ ଆଇସିସି ଶ୍ରେଷ୍ଠ ଏକାଦଶରେ ଜଣେ ବି ଭାରତୀୟ ଖେଳାଳି ସ୍ଥାନ ପାଇ ନାହାଁନ୍ତି । ଅବଶ୍ୟ ୨୦୨୪ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା ଭାରତ। ଗତବର୍ଷ ଭାରତୀୟ ଟିମ ମାତ୍ର ୩ଟି ଦିନିକିଆ ଖେଳିଥିଲେ । ଅଗଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳିଥିଲା। ୩ଟିକିଆ ସିରିଜରେ ୨ଟି ମ୍ୟାଚ ହାରିଥିବା ବେଳେ ଗୋଟେ ଟାଇ ରହିଥିଲା। ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। କିନ୍ତୁ ଗୋଟେ ବି ଦିନିକିଆ ଜିତିନଥିଲା। ଶେଷଥର ୨୦୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଜିତି ବିଶ୍ୱକପ ସେମିକୁ ପ୍ରବେଶ କରିଥିଲା ଭାରତ। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା। କେବଳ ଭାରତ ନୁହେଁ ଅଷ୍ଟ୍ରେଲିଆ,ଇଂଲଣ୍ଡ,ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡର ମଧ୍ୟ କୌଣସି ଖେଳାଳି ଆଇସିସି ଏକାଦଶ ଲିଷ୍ଟରେ ସ୍ଥାନ ପାଇ ନାହାଁନ୍ତି । ଶ୍ରୀଲଙ୍କା ଓ ପାକିସ୍ତାନର ସର୍ବାଧିକ ଖେଳାଳି ସ୍ଥାନିତ ହୋଇଛନ୍ତି । ଶ୍ରୀଲଙ୍କାର ଚରିତ ଅସଲଙ୍କାଶ୍ରେଷ୍ଠ ଏକାଦଶର ଅଧିନାୟକ ।୨୦୨୪ରେ ଶ୍ରୀଲଙ୍କା ୨୧ଟି ଦିନିକିଆ ଖେଳିଥିବା ବେଳେ ୧୩ଟି ଜିତିଥିଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *