ଇସ୍ରୋର ଐତିହାସିକ ଶହେତମ ମିଶନ ସଫଳ

ଇସ୍ରୋର ଐତିହାସିକ ଶହେତମ ମିଶନ ସଫଳ ହେଲା।  ଆନ୍ଧ୍ରର ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ସକାଳ ୬ଟା ୨୩ରେ ଉଡ଼ାଣ ଭରିଛି ସ୍ୱଦେଶୀ କ୍ରାୟୋଜେନିକର ଉପର ପର୍ଯ୍ୟାୟରେ ଥିବା ଜିଓସିଙ୍କ୍ରୋନସ ସାଟେଲାଇଟ୍ ଲଞ୍ଚ ଭେଇକିଲ ବା ଜିଏସଏଲଭି। ଇସ୍ରୋ ନିଜର ଐତିହାସିକ ଶହେ ତମ ଅଭିଯାନରେ ଉତକ୍ଷେପଣ କରୁଥିବା ନେଭିଗେସନ ଉପଗ୍ରହ ଏନଭିଏସ-୦୨ ଭାରତୀୟ ଭୂପୃଷ୍ଠରୁ ପ୍ରାୟ ୧୫ଶହ କିଲୋମିଟର ଦୂରରେ ଥିବା ଅଞ୍ଚଳରେ ଉପଭୋକ୍ତାଙ୍କୁ ସଠିକ୍ ସ୍ଥିତି, ବେଗ ଓ ସମୟ ପ୍ରଦାନ କରିବ। ଇସ୍ରୋ ଅନୁସାରେ ଉପଗ୍ରହର ସେବା ସ୍ଥଳ, ଆକାଶମାର୍ଗ ଓ ସାମୁଦ୍ରିକ ନେଭିଗେସନ, ନିର୍ଦ୍ଦିଷ୍ଟ କୃଷି, ଫ୍ଲିଟ୍ ମ୍ୟାନେଜମେଣ୍ଟ, ମୋବାଇଲ ଡିଭାଇସରେ ଅବସ୍ଥାନ ଭିତ୍ତିକ ସେବା, ଆଇଓଟି ଆଧାରିତ ଆପ୍ଲିକେସନ, ଜରୁରୀକାଳୀନ ସମୟଭିତ୍ତିକ ସେବା ଦେବାରେ ବ୍ୟବହାର କରାଯିବ।

ଅନ୍ତରୀକ୍ଷରେ ନିଜର ଶହେତମ ମିଶନ ଲଞ୍ଚ୍ କରିଛି ଇସ୍ରୋ। ଜିଏସଏଲଭି-ଏଫ ୧୫ ରକେଟର ସଫଳ ଉତକ୍ଷେପଣ ହୋଇଛି। ଏହା ପୂର୍ବରୁ ମେ ୨୯,୨୦୨୩ରେ ଏନଭିଏସ-୦୧କୁ ଜିଏସଏଲଭି-ଏଫ ୧୨ ଜରିଆରେ ଲଞ୍ଚ୍ କରାଯାଇଥିଲା। ଏନଭିଏସ-୦୨ ଉପଗ୍ରହ ପରିବହନ ରକ୍ଷାରେ ସାହାଯ୍ୟ କରିବ। ଆକାଶ ଓ ସମୁଦ୍ର ମାର୍ଗରେ ଯାତାୟତକୁ କୌଶଳପୂର୍ବକ ଏହା ଟ୍ରାକ୍ କରିବ। ସେନା ଅଭିଯାନକୁ ସଫଳ କରିବାକୁ ସୁରକ୍ଷିତ ଓ ସ୍ଥାନୀୟ ନାଭିଗେସନ ଲାଗି ରକ୍ଷା କ୍ଷମତାକୁ ବି ବୃଦ୍ଧି କରିବ।

ଇସ୍ରୋର ନୂତନ ଅଧ୍ୟକ୍ଷ ବି ନାରାୟଣନଙ୍କ ଅଧୀନରେ ଏହା ହେଉଛି ପ୍ରଥମ ଅଭିଯାନ। ଏହି ଉପଗ୍ରହ ଲଞ୍ଚ୍ ଆଗରୁ ନିଜର ଟିମକୁ ଧରି ତିରୁମାଳା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ନାରାୟଣନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *