କାର୍ଯ୍ୟାଳୟର ଅଧିକାରୀ ପରି ଚେୟାରରେ ବସିଛି। ଆଖିରେ ଚଷମା। ବେକରେ ହାର ପରି ଘଣ୍ଟା ଝୁଲୁଛି। ସାମ୍ନାରେ କମ୍ପ୍ୟୁଟର ଲାଗିଛି। ପାଖରେ ଖାଇବା ପାଇଁ ଫଳ ଥୁଆ ହୋଇଛି। ଆଉ ମନିଟରକୁ ଦେଖି କିବୋର୍ଡରେ ଦ୍ରୁତଗତିରେ ହାତ ଚଳାଇ କାମ କରୁଛି। ମଝିରେ ମଝିରେ ଫଳ ଟିକେ ଟିକେ ପାଟିରେ ପକାଉଛି। ଆପଣ ଭାବୁଥିବେ କୋଉ ଅଫିସରର ହୋଇଥିବେ ।କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ ଯେ ଏ କେଉଁ ମଣିଷ ନୁହନ୍ତି ବରଂ ଗୋଟେ ମାଙ୍କଡ଼ । ନିଜ ଆଖିକୁ ସହଜରେ ବିଶ୍ବାସ ନହେଲେ ବି ଏହା ସତ ।ଠିକ୍ ପ୍ରଶିକ୍ଷିତ କର୍ମଚାରୀଙ୍କ ପରି କାର୍ଯ୍ୟ କରୁଥିବା ମାଙ୍କଡ଼ ମହାରାଜର ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାରର ମତପ୍ରକାଶ କରୁଛନ୍ତି ।
ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହି କି ଯେ ଏହା କୌଣସି ସତ ଭିଡିଓ ନୁହେଁ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ବାରା ଏହି ଭିଡିଓ ପ୍ରସ୍ତୁତ କରାଯାଇଛି। ଏହି ନିଆରା ଦୃଶ୍ୟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଦୁଇ କୋଟିରୁ ଅଧିକ ଥର ଏହାକୁ ଦେଖା ଗଲାଣି। ଏହା ପ୍ରଯୁକ୍ତିବିଦ୍ୟା ଏବଂ ଜ୍ଞାନକୌଶଳର କରାମତିକୁ ଦର୍ଶାଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now