ଚାଷୀଙ୍କ ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାର ଖୋଲା ତ। ଚାଷୀ ଆନ୍ଦୋଳନ ସନ୍ଦର୍ଭରେ ଏମିତି ବାଗରେ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଚାଷୀଙ୍କ ଦାବି ନେଇ ଆଲୋଚନା କରିବାକୁ କେନ୍ଦ୍ର ସବୁବେଳେ ପ୍ରସ୍ତୁତ ଓ ଦ୍ୱାର ଖୋଲା ରଖିଛି ବୋଲି କାହିଁକି କେନ୍ଦ୍ର ସରକାର କହୁନାହାନ୍ତି। ଚାଷୀ ନେତା ଜଗଜିତ ସିଂ ଦଲେଓ୍ୱାଲ ତାଙ୍କ ପତ୍ନୀ ଗୁନିନ୍ଦର କୌର ଗିଲଙ୍କ ଜରିଆରେ ଚାଷୀ ଆନ୍ଦୋଳନ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏମଏସପିକୁ ଆଇନଗତ ମାନ୍ୟତା ନେଇ ଚାଷୀ ଆନ୍ଦୋଳନରେ ବସିଛନ୍ତି। ଶୁଣାଣୀ ବେଳେ କୋର୍ଟ କହିଛନ୍ତି କି, ଚାଷୀଙ୍କ ନ୍ୟାଯ୍ୟ ଦାବି ନେଇ କେନ୍ଦ୍ର ସରକାର ଶୁଣିବାକୁ ପ୍ରସ୍ତୁତ ବୋଲି କାହିଁକି କହୁନାହାନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଉଜ୍ୱଳ ଭୂୟାଁ ଯେତେବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏ ବାବଦରେ ସ୍ପଷ୍ଟିକରଣ ଲୋଡ଼ିଥିଲେ। ତୁଷାର କହିଥିଲେ, ପିଟିସନରେ କଅଣ ଅଛି, ସେ ଜାଣନ୍ତିନି। ଏହାକୁ ନେଇ ଜଷ୍ଟିସ ଭୂୟାଁ କହିଥିଲେ, କେନ୍ଦ୍ର ସରକାର ଚାଷୀଙ୍କ କଥା ଶୁଣିବାକୁ ଦ୍ୱାର ଖୋଲା ରଖିଛନ୍ତି ବୋଲି ଏତକ କାହିଁକି କହିପାରୁନାହାନ୍ତି। ଆନ୍ଦୋଳନରତ ଚାଷୀଙ୍କ ସହ ବୁଝାମଣା କରିବାକୁ ସୁପ୍ରିମକୋର୍ଟଙ୍କ ତଦାରଖରେ ଗଠିତ ଉଚ୍ଚସ୍ତରୀୟ କମିଟିକୁ ବି ଅପିଲ୍ କରିଛନ୍ତି ଚାଷୀ ସଂଗଠନ। ଏହି କମିଟିରେ ହରିଆଣା ଓ ପଞ୍ଜାବର କିଛି କୃଷି ବିଶେଷଜ୍ଞଙ୍କୁ ରଖିବାକୁ ଚିନ୍ତା କରିଛନ୍ତି ସୁପ୍ରିମକୋର୍ଟ। କାହାର କୌଣସି ପଲିଟିକାଲ ବ୍ୟାକଗ୍ରାଉଣ୍ଡ ନଥିବ। ଯେହେତୁ କମିଟି ଅଛି। ସେ ପ୍ଲାଟଫର୍ମରେ ଆପତ୍ତି ଅଭିଯୋଗ କଲେ ଭଲ ହେବ ବୋଲି ପିଟିସନର ଗିଲଙ୍କୁ କୋର୍ଟ ପରାମର୍ଶ ଦେଇଛନ୍ତି। କାରଣ ଅଦାଲତ ଚାଷୀଙ୍କ ସହ ସିଧା କଥା ହୋଇପାରିବେନି। କେନ୍ଦ୍ର ସରକାର ବି ଅନୁରୂପ ଏକ କମିଟି ଗଠନ କରଛନ୍ତି ବୋଲି ତୁଷାର ମେହେଟ୍ଟା କହିବାରୁ କେନ୍ଦ୍ରର ଏହି କମିଟି କାହିଁକି ଚାଷୀ ଆନ୍ଦୋଳନ ବାବଦରେ ସ୍ପଷ୍ଟତା ରଖୁନି ବୋଲି ଜାଣିବାକୁ ଚାହିଁଥିଲେ ବିଚାରପତି ସୂର୍ଯ୍ୟକାନ୍ତ। ୧୦ ଦିନ ଭିତରେ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ମହଲତ ଦେଇଛନ୍ତି ଅଦାଲତ। ଗିଲଙ୍କ ଓକିଲଙ୍କୁ ବି ଅଦାଲତ କହିଛନ୍ତି ଯେ, ଗଣମାଧ୍ୟମରେ ଏହାକୁ ନେଇ କୌଣସି ମତମନ୍ତବ୍ୟ ଦେବେନି। ସଲିସିଟର ଜେନେରାଲ କହିଛନ୍ତି, ଏବେ ଦଲେଓ୍ୱାଲଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସରକାର ପ୍ରାଥମିକତା ଦେଉଛନ୍ତି। ଯିଏ ଚାଷୀଙ୍କ ଦାବିରେ ଆମରଣ ଅନଶନ ଜାରି ରଖିଛନ୍ତି। କେନ୍ଦ୍ର ସରକାର ପ୍ରତି ଚାଷୀଙ୍କ ସ୍ୱାସ୍ଥ୍ୟକୁ ନେଇ ବେଶ୍ ଚିନ୍ତିତ।
Naxatra News is now on Whatsapp
Join and get latest news update delivered to you via whatsapp
Join Now