୩୩ ଜୀବନ ନେଲା ସିତରାଙ୍ଗ

Spread the love

ଢାକା: ବାଂଲାଦେଶରେ ତାଣ୍ଡ ରଚିଛି ବାତ୍ୟା ସିତରାଙ୍ଗ। ମଙ୍ଗଳବାର ସକାଳୁ ଦେଶର ଉପକୂଳରେ ଲ୍ୟାଣ୍ଡଫଲ କରିବା ପରେ ଘଣ୍ଟା ପ୍ରତି  ୧୦୦ କିମି ବେଗରେ ବହିଥିଲା ପବନ। ଏହାର ପ୍ରଭାବରେ ୧୪ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୩୩ ଜଣ ଲୋକଙ୍କ ଜୀବନ ହାନୀ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। କିଛି ଉପକୂଳବର୍ତ୍ତୀ ଅଞ୍ଚଳକୁ ସମୁଦ୍ର ଲହଡି ମାଡ଼ି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏବେ ବି ଉଦ୍ଧାର କାର୍ଯ୍ୟ ଚାଲିଛି।

ମଙ୍ଗଳବାର ଭୋରୁ ଭୋରୁ ସିତରାଙ୍ଗ ଲାଣ୍ଡଫଳ କରିଥିଲା ବାଙ୍ଗଲାଦେଶ ଉପକୂଳରେ। ଏହା ପରେ ବାତ୍ୟା ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଘଣ୍ଟାପ୍ରତି ପବନର ବେଗ ଥିଲା ୧୦୦ କିମି। କିନ୍ତୁ ଲଘୁଚାପର ପ୍ରଭାବରେ ବର୍ଷା ଲାଗି ରହିଛି। ଏହି ସାମୁଦ୍ରିକ ବାତ୍ୟାର ପ୍ରଭାବରେ ସମୁଦ୍ର ଢେଉ ୫ମିଟରରୁ ଅଧିକ ଉଚ୍ଚରେ ଉପକୂଳକୁ ମାଡିଆସିଥିଲା। ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇଛି। ଅନେକ ଘର ଭାଙ୍ଗିଛି। ଏଥିଯୋଗୁ ଉପଲବର୍ତ୍ତୀ ଜିଲ୍ଲାଗୁଡ଼ିକର ଅଧିକାଂଶ ଲୋକ ଅନ୍ଧାରରେ ରହିଛନ୍ତି। ଭୋଲା ସଦର, ଦୌଲତଖାନ, ଲାଲମୋହନ ଓ ଚରରଫଶାନ ଜିଲ୍ଲାରେ ୪ ଜଣ ପ୍ରାଣ ହରାଇଥିଲା ବେଳେ ନାଙ୍ଗାଲକୋଟ ରିଜନୀର କୌମିଲ୍ଲାରେ ଜଣେ ଦମ୍ପତି ଓ ସେମାଙ୍କ ଛୋଟ ପିଲାର ମୃତ୍ୟୁ ଘଟିଛି।

ହଜାରିବାଗ, ସିତାକୁଣ୍ଡାର ରିଜନର, ପାତୁଖାଲି ଓ ସିରାଜଗଞ୍ଜରେ ପରି ସ୍ଥାନରେ ବହୁ ଲୋକଙ୍କ ଜୀବନ ହାନୀ ଘଟିଛି। ସିରାଜଗଞ୍ଜରେ ଡଙ୍ଗା ଓଲଟି ୩ ଜଣ ପ୍ରାଣ ହରାଇଛନ୍ତି। ଗଛ ପଡ଼ିବା ଯୋଗୁ ଆଉ ୪ ଜଣ ଓ କାନ୍ଥ ପଡ଼ି ୨ ଜଣ ଲୋକ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଆଖି ବୁଜିଥିବା ପ୍ରଶାସନ ସୂଚନା ଦେଇଛି। ପ୍ରଭାବିତ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କେତେ କ୍ଷୟକ୍ଷତି ହୋଇଛି ତାର ଆକଳନ ହୋଇପାରି ନାହିଁ।

Leave a Reply

Your email address will not be published. Required fields are marked *