ଏସସିଓରେ ପ୍ରଧାନମନ୍ତ୍ରୀ

Spread the love

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସସିଓ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଇଜବେକିସ୍ତା, ଚୀନ, ଭାରତ, ଋଷ, ଇରାନ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ସାମିଲ ହୋଇଛନ୍ତି। ସମ୍ମିଳନୀ ପରେ ମୋଦି ତାଙ୍କ ନିଆରା ଅନ୍ଦାଜରେ ହିନ୍ଦୀରେ ନିଜ ସମ୍ବୋଧନ ଦେଇଥିଲେ।

ଚଳିତ ବର୍ଷ ଭାରତର ଅର୍ଥବ୍ୟବସ୍ଥାକୁ ୭.୫% ବୃଦ୍ଧି  ଆଶା ରଖିଥିବା ସମ୍ମିଳନୀରେ ମୋଦି ନିଜ ସମ୍ବୋଧନରେ କହିଛନ୍ତି। ଦୁନିଆର ସବୁଠାରୁ ବଡ ଅର୍ଥବ୍ୟବସ୍ଥାରେ ଭାରତ ସାମିଲ ହେବାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। ମୋଦି କହିଛନ୍ତି, ଆମେ ପ୍ରତି ସେକ୍ଟରରେ ନବେଶକୁ ସମର୍ଥନ କରୁଛୁ। ଆଗାମୀ ଦିନରେ ଭାରତକୁ ମାନ୍ୟୁଫେକ୍ଚରିଂ ହବ କରିବାକୁ ଲକ୍ଷ୍ୟ ରଖା ଯାଇଛି। ଏସସିଓ ସଦସ୍ୟମାନେ ପରସ୍ପର ମଧ୍ୟରେ ସୁସମ୍ପର୍କ ଓ ପରସ୍ପର ସହ ନିଜ ଅନୁଭୂତି ବାଣ୍ଟି ଅନ୍ୟର ବିକାଶର କାରଣ ହେବା ଉଚିତ।

ମୋଦି ଆହୁରି କହିଛନ୍ତି ଆଜି ଭାରତରେ ୭୦ହଜାରରୁ ଅଧିକ ଷ୍ଟାର୍ଟ ଅପ ରହିଛି, ଯେଉଁଥିରୁ ୧୦୦ରୁ ଅଧିକ ୟୁନିକର୍ନ୍ନର ରହିଛି। ଏହି କ୍ଷେତ୍ରରେ ଆମର ଅନୁଭୂତି ଏସସିଓ ଦେଶଗୁଡିକ ପାଇଁ ଫଳପ୍ରଦ ହେବ। ତେଣୁ ନିଜ ଅନୁଭୂତି ଏସସିଓ ଦେଶଗୁଡିକ ସହ ବାଣ୍ଟିବାକୁ ଚାହୁଁଥିବା କହିଛନ୍ତି ମୋଦି । କରୋନା ମାହାମାରୀ ତଥା ଋଷ ୟୁକ୍ରେନ ଯୁଦ୍ଧ ବିଶ୍ବ ଗ୍ଲୋବାଲ ସପ୍ଲାଇ ଉପରେ ପ୍ରଭାବ ପକାଇଥିବା ପ୍ରସଙ୍ଗକୁ ମଧ୍ୟ ଉଠାଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ।

ଏହି ସମ୍ମିଳନୀରେ ଯୋଗଦେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରାଫ ପୁରୁଣା ରାଗ ଆଳାପ କରିଛନ୍ତି। ଆତଙ୍କବାଦର ନିପାତ ବିଶ୍ବ ପାଇଁ ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ସରାଫ।

ଆଗାମୀ ବର୍ଷ ଏସସିଓ ଶିଖର ସମ୍ମିଳନୀ ଭାରତରେ ହେବାକୁ ଯାଉଛି। ଏହାକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ବର୍ଷ ଆମେ ଭାରତରେ ମିଳିବା ବୋଲି ଜିନପିଙ୍ଗ କହିଛନ୍ତି।

Leave a Reply

Your email address will not be published. Required fields are marked *