()ଆମେରିକାରେ ହୋଇଥିବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ଫଳାଫଳ ନ ବାହାରୁଣୁ ଉଭୟ ଡେମୋକ୍ରାଟିକ ପାର୍ଟି ଓ ରିପବ୍ଲିକାନ ପାର୍ଟି ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ଆମେରିକାରେ ୨୦୨୪ ନିର୍ବାଚନ ଲଢିବାକୁ ପୁଣି ମୈଦାନକୁ ଓହ୍ଳାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏଥିପାଇଁ ବୁଧବାର ସେ ଔପଚାରିକ ଭାବେ ସମସ୍ତ ଦସ୍ତାବିଜ୍ ଦାଖଲ କରିଥିବା ଜଣାପଡିଛି। ସେପେଟ ରିପବ୍ଳିକାନ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିକ୍ରୀୟାଶୀଳ ହୋଇଉଠିଛନ୍ତି ବାଇଡେନ।
ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ପୁଣିଥରେ ଶାସନ କ୍ଷମତାକୁ ଆସିବାକୁ ମନବଳାଇଛନ୍ତି। ଏଥିପାଇଁ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ବିତା କରିବେ। ଆଜି ଏନେଇ ସରକାରୀ ଭାବେ ଘୋଷଣା କରାଯିବା ସହ ଦସ୍ତାବିଜ୍ ଦାଖଲ କରିଛନ୍ତି ଟ୍ରମ୍ପ। ଏହାକୁ ମିଶାଇ ସେ ତୃତୀୟ ଥର ରାଷ୍ଟ୍ରପତି ନିର୍ବାଚନ ଲଢିବେ। ଏହାପୂର୍ବରୁ ଟ୍ରମ୍ପ ୨୦୧୬ ନିର୍ବାଚନରେ ବିଜୟ ଲାଭ କରି ରାଷ୍ଟ୍ରପତି ହୋଇଥିଲେ। ସେ ମଧ୍ୟ ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ କିନ୍ତୁ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ପୁଣିଥରେ ୨୦୨୪ ନିର୍ବାଚନ ଲାଗି ୭୬ ବର୍ଷ ବୟସ୍କ ଟ୍ରମ୍ପ ବିଧିବଦ୍ଧ ଭାବେ ପ୍ରାର୍ଥୀତ୍ବ ଘୋଷଣା କରିବା ପରେ ରାଜନୈତିକ ଶିବିର ଚଳଚଞ୍ଚଳ ହୋଇଛି। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାପରେ ଟ୍ରମ୍ପ ଆମେରିକାକୁ ବିକାଶର ଶୀର୍ଷରେ ପହଞ୍ଚାଇବେ ବୋଲି କହିଛନ୍ତି। ଆମେରିକାରେ ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇସାରିଛି। ମୋ ନେତୃତ୍ୱରେ ଆମେରିକା ମହାନ ଏବଂ ଗର୍ବିତ ଦେଶ ଥିଲା କିନ୍ତୁ ବର୍ତ୍ତମାନ ଆମ ଦେଶର ପତନ ଘଟିଛି। ଆମେ ଏକ ଦେଶ ଭାବରେ ବିଶ୍ୱରେ ବିଫଳ ହୋଇଛୁ। ଯଦି ମୁଁ ରାଷ୍ଟ୍ରପତି ପଦବୀରେ ଥାଆନ୍ତି ତାହେଲେ କେବେ ହେଲେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହୋଇନଥାନ୍ତା। ଆମେରିକାରେ ଗ୍ୟାସ ମୂଲ୍ୟ ବୃଦ୍ଧି ଠାରୁ ଆରମ୍ଭ କରି ବେଆଇନ ପ୍ରବାସୀ ତଥା ଡ୍ରଗ୍ସ ଚୋରାଚାଲାଣ ମାମଲାକୁ ନେଇ ଟ୍ରମ୍ପ ବାଇଡେନଙ୍କ ସରକାରକୁ ସମାଲୋଚନା କରିଛନ୍ତି। ସେପଟେ ରିପବ୍ଳିକାନ ପାର୍ଟି ପକ୍ଷରୁ ଟ୍ରମ୍ପଙ୍କ ପ୍ରାର୍ଥୀ ଘୋଷଣାକୁ ନେଇ ପ୍ରତିକ୍ରୀୟାଶୀଳ ହୋଇପଡିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। ଟ୍ରମ୍ପ ଆମେରିକାବାସୀଙ୍କୁ ନିରାଶ କରିଛନ୍ତି। ତେଣୁ ଏଥର ନିର୍ବାଚନରେ ସେ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିବେ ନାହିଁ ବୋଲି ବାଇଡେନ ରୋକଠୋକ୍ କହିଛନ୍ତି।
ଆମେରିକା ସିନେଟରେ ଏରିଜୋନା ପରେ ନେଭାଡା ବି ରିପବ୍ଲିକାନ ପାର୍ଟି ହାତରୁ ଖସିଯାଇଛନ୍ତି। ଯଦିଓ ୧୦୦ ସଦସ୍ୟ ବିଶିଷ୍ଟ ସିନେଟ ପାଇଁ ଗତ ଶନିବାର ରାତିରେ ହୋଇଥିବା ଫଳାଫଳ ଘୋଷଣାରେ ଡେମୋକ୍ରାଟିକ ପାର୍ଟିକୁ ୫୦ ସିଟ ମିଳିଥିବା ବେଳେ ରିପବ୍ଲିକାନ ପାର୍ଟିକୁ ମିଳିଛି ୪୯ ଆସନ। ଯଦି ଜର୍ଜିଆ ଫଳ ରିପବ୍ଲିକାନ ସପକ୍ଷରେ ଯାଏ ତେବେ କଂଗ୍ରେସ ସିନେଟରେ ଉଭୟ ଦଳ ସମାନ ସମାନ ସଂଖ୍ୟା ହାସଲ କରିବେ। ଏପରି ସ୍ଥିତିରେ ମଧ୍ୟ ବାଇଡେନଙ୍କ ଦବଦବା ଜାରି ରହିବ। କାରଣ କଂଗ୍ରେସ ଅଧ୍ୟକ୍ଷା କମଳା ହାରିସ ତାଙ୍କ ଭୋଟ ଦେଇପାରିବେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now