ବଜ୍ରାଘାତରେ ଜଣେ ମୃତ

Spread the love

ବଜ୍ରାଘାତ ରେ ଜଣେ ମୃତ । ମୁତକ ଜଣକ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ତାଳପଡା ଗାଁର ୧୩ ବର୍ଷୀୟ ରାହୁଲ କୁମ୍ଭାର । ଘର ସାମ୍ନା ରେ ଖେଳୁଥିବା ବେଳେ ହୋଇଥିଲା ବଜ୍ରାଘାତ । ଅଚେତ ଅବସ୍ଥା ରେ ପ୍ରଥମେ ବାଉଁଶୁଣି ଓ ପରେ ସୋନପୁର ଚିକିତ୍ସାଳୟ ରେ ଭର୍ତ୍ତି । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ତାଳପଡା ଗାଁର ରଂଜିତ କୁମ୍ଭାରଙ୍କ 13 ବର୍ଷୀୟ ପୁଅ ରାହୁଲ ଘର ଦାଣ୍ଡ ପଟେ ଖେଳୁଥିବା ବେଳେ ହଠାତ ଘଡ଼ଘଡି ମାରିଥିଲା । ଫଳରେ ରାହୁଲ ସେଠାରେ ଅଚେତ ହୋଇ ପଡିଥିଲେ । ଗୁରୁତର ରାହୁଲ କୁ ପରିବାର ଲୋକ ପ୍ରଥମେ ବାଉଁସୁଣୀ ମେଡିକାଲ ନେଇଥିଲେ ଅଧିକ ଗୁରୁତର ହେବାରୁ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ ସୋନପୁର ଡାକ୍ତରଖାନାକୁ  ନେଇଥିଲେ l ହେଲେ ଡାକ୍ତର ତାକୁ ସେଠାରେ ମୃତ ଘୋଷଣା କରିଥିଲେ l ରାହୁଲ ର ଏଭଳି ମୃତ୍ୟକୁ ନେଇ ପୁରା ପରିବାର ସମେତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l

Leave a Reply

Your email address will not be published. Required fields are marked *