ଜାତୀୟ

୬ ଗାଡି ଭିତରେ ଧକ୍କା, ୫ ମୃତ

ଚେନ୍ନାଇ: ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ । ଏକା ସାଙ୍ଗରେ ୬ଟି ଗାଡି ପରସ୍ପର ସହ ଧକ୍କା ହୋଇଥିଲା। ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାର ୱେୟପୁର ନିକଟରେ ମଙ୍ଗଳବାର ବଡି ଭୋରୁ  ଏହି ଦୁର୍ଘଟଣା ହୋଇଛି।

ସୂଚନା ମୁତାବକ, ଆଜି ସକାଳୁ ଚିତ୍ରା-ଚେନ୍ନାଇ ଜାତୀୟ ରାଜପଥରେ ଦୁଇଟି ବସ୍, ଦୁଇଟି ଟ୍ରକ୍‌ ଓ ଦୁଇଟି କାର୍ ଭିତରେ ହୋଇଥିଲା ଜୋରଦାର ଧକ୍କା । ଏଥିରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗାଡି ଚାଳକଙ୍କ ସମେତ ୨ ଜଣ ମହିଳା ଓ ୨ ଜଣ ଶିଶୁ ଅଛନ୍ତି। ପୁଲିସ ଓ ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ୫ ଜଣଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇଦେଇଛି।

ଦୁର୍ଘଟଣାରେ ମୃତବରଣ କରିଥିବା ବ୍ୟକ୍ତିମାନଙ୍କ ପରିଚୟ ମିଳି ନ ଥିବା ବେଳେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜୁଛି। ସେପଟେ ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ଦୀର୍ଘ ସମୟ ଧରି ରାସ୍ତାରେ ଶହ ଶହ ଗାଡି ଜାମ ହୋଇଛି।

Related Articles

Leave a Reply

Your email address will not be published.

Back to top button