କୋର୍ଟଘଟଣାଜାତୀୟ

ପ୍ରେମ ବିବାହ ପାଇଁ କୋର୍ଟ ଯିବା ପଡିଲା ମହଙ୍ଗା ।

ଲକ୍ଷ୍ନୌ : ପ୍ରେମ କାହାକୁ କେତେବେଳେ କେଉଁ ମୁହୁର୍ତ୍ତରେବି ହୋଇପାରେ ।ଏବେର ଯୁବପିଢି ପ୍ରେମ ବିବାହ ବେଶି ପସନ୍ଦ କରୁଥିବାବେଳେ ସେମାନଙ୍କ ପରିବାର ମଧ୍ୟ ଏ କ୍ଷେତ୍ରରେ ସହଯୋଗ କରୁଛନ୍ତି  । କିନ୍ତୁ କିଛି ପରିବାର ଏପରି ବି ଥାଆନ୍ତି ଯେଉଁମାନେ ଏହାକୁ ଦୃଢ ବିରୋଧ କରନ୍ତି । ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ।

ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ ଦୁଇ ପ୍ରେମୀଯୁଗଳ କୋର୍ଟକୁ ବିବାହ ପାଇଁ ଯିବା ସେମାନଙ୍କୁ ମହଙ୍ଗା ପଡିଲା । ସୂଚନା ଅନୁଯାୟୀ ଯେତବେଳେ ଉଭୟ ପ୍ରେମୀଯୁଗଳ କୋର୍ଟରେ ପହଞ୍ଚିଲେ । ଯୁବତୀଙ୍କ ପିତା ସେଠାରେ ଆଗୁରୁ ପହଞ୍ଚିସାରିଥିଲେ ଏବଂ ସେଠାରେ ଏମାନଙ୍କୁ ସହିତ ବହୁତ ପାଟିତୁଣ୍ଡ ହେଲା । ଇତି ମଧ୍ୟରେ ପୋଲିସ ସେଠାରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିବାରୁ ଝିଅର ପିତା ଉକ୍ତ ଯୁବକ ସତ୍ତାର ବିଷୟରେ ଅଭିଯୋଗ କରି କହିଥିଲେ ଯୁବକ ଜଣକ ଅନ୍ୟଜାତିର ଏବଂ ସେ ତାଙ୍କ ଝିଅକୁ ଅପହରଣ କରି ନେଇଯାଇଥିଲା କିନ୍ତୁ ଏବେ ସେ ବିବାହକୁ କରିବାକୁ ଆସିଲାବେଳେ ଧରାପଡିଛି ।

ସେ ଏହାବି କହିଥିଲେ କି ତାଙ୍କ ଝିଅ ଏବେବି ନାବଳିକା ଅଛନ୍ତି । ଏବଂ ଯୁବକ ଜଣକ ତାଙ୍କୁ ଜାନୁୟାରୀ 29 ତାରିଖରୁ କଥାରେ ଫସେଇ ନେଇ ଆସିଛନ୍ତି । ସେ ଏବେ ସେମାନଙ୍କ ବିବାହ କଥା ଶୁଣି କୋର୍ଟକୁ ଆଗୁଆ ଚାଲି ଆସିଥିଲେ । ଅଭିଯୋଗ ଅନୁସାରେ ଘଟଣା ସ୍ଥଳରେ ଯୁବକକୁ ପୋଲିସ ଗିରଫ କରିଥିଲେ ।

ଉଭୟ ପ୍ରେମୀ ଯୁଗଳକୁ ପୋଲିସ ଥାନାକୁ ନେବା ପରେ ଯୁବତୀ ଜଣକ ନିଜ ବୟାନରେ କହିଛନ୍ତି ଯେ ସେ ସାବାଳିକା ଅଛନ୍ତି । ଏବଂ ସେ ନିଜ ଇଚ୍ଛାରେ ସତ୍ତାର ସହ ବିବାହ ପାଇଁ ଆସିଛନ୍ତି । ଯୁବତୀ ଜଣକ କହିଛନ୍ତି କି ସେ ମଧ୍ୟ ଶିକ୍ଷିତ ସେ  ଜାଣିଛନ୍ତି ସେ କଣ କରିଛନ୍ତି ।  ଉଭୟଙ୍କ ବୟାନ ଅନୁସାରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।  

Related Articles

Leave a Reply

Your email address will not be published.

Back to top button