ଫ୍ଲାଇଟରେ ହେଲା ଝଗଡ଼ା ,ରାଗରେ ବିମାନର ଡୋର ଖୋଲିଦେଲେ ପ୍ରେମିକ

ପ୍ରେମିକା ସହ ପ୍ରେମିକର ଫ୍ଲାଇଟରେ ହେଲା ଝଗଡ଼ା । ରାଗରେ ବିମାନର ଡୋର ଖୋଲିଦେଲେ ପ୍ରେମିକ । ଏଭଳି ଅଭାବନୀୟ ଘଟଣା ପରେ ବିମାନକୁ ଜରୁରୀ ଅବତରଣ କରାଗଲା । ଏଭଳି ଘଟଣା ଦେଖି ଭୟଭିତ ହୋଇଯାଇଥିଲେ ସମସ୍ତ ଯାତ୍ରୀ । ପରିସ୍ଥିତି ଏମିତି ହେଲା ଯେ ଅନ୍ୟ ଏକ ବିମାନରେ ଯାତ୍ରୀମାନଙ୍କୁ ନିଆଯାଇଥିଲା । ବୋଷ୍ଟନର ଲୋଗାନ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହି ଘଟଣା ଘଟିଥିଲା । ବିମାନ ଟେକ ଅଫ ସମୟରେ ହିଁ ଆଞ୍ଜେଲ ଲୁଇସ ଟରେସ ମୋରଲେସ ନାମକ ଯାତ୍ରୀ ଏଭଳି କରିଥିଲେ । ଫୋନ ଦେଖାକୁ କେନ୍ଦ୍ର କରି ପ୍ରେମିକାଙ୍କ ସହ ପ୍ରଥମେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ପରେ ହଠାତ ଯାଇ ଇମରଜେନ୍ସି ଡୋର ଖୋଲିବାକୁ ଚେଷ୍ଟା କରିଥିଲେ ଆଞ୍ଜେଲ । ଅବଶ୍ୟ ସହଯାତ୍ରୀମାନଙ୍କ ଉଦ୍ୟମ ଫଳରେ ବଡ ଅଘଟଣ ଟଳି ଯାଇଥିଲା ।

କିନ୍ତୁ ଘଟଣା ପରେ ତୁରନ୍ତ ଜରୁରୀ ଅବତରଣ କରାଗଲା। ବିମାନରୁ ଆଞ୍ଜେଲ ଲୁଇସଙ୍କୁ ଓହ୍ଲେଇ ଦିଆଯିବା ସହ ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ପଠାଗଲା । ଏହି ଘଟଣା ପରେ ପୋଲିସ ଲୁଇସଙ୍କୁ ଗିରଫ କରି କୋର୍ଟ ଫରୱାଡ କରିଥିଲେ । କିନ୍ତୁ ଅଭିଯୁକ୍ତ କୋର୍ଟରେ ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୪ରେ ହେବ । ଜେଟ୍ ବ୍ଲ୍ୟୁର ୧୬୧ ନମ୍ୱର ବିମାନର ଡୋର ଖୋଲିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ସହଯାତ୍ରୀଙ୍କ କହିବା କଥା ଆଞ୍ଜେଲ ଲୁଇସଙ୍କ ଗାର୍ଲଫ୍ରେଣ୍ଡ ତାଙ୍କ ଫୋନ ଚେକ କରିବାକୁ ଚାହୁଁଥିଲେ। ଏଥିରେ ଅସହମତି ପ୍ରକାଶ କରି ତୁରନ୍ତ ସିଟରୁ ଉଠି ଡୋର ଆଡକୁ ଦୌଡିଥିଲେ ଆଞ୍ଜେଲ ଲୁଇସ। ଏବଂ ଇମରଜେନ୍ସି ଡୋରକୁ ଜୋର ଜବରଦସ୍ତ ଖୋଲିଥିଲେ ।

ତେବେ ଘଟଣା ପଛରେ କୌଣସି ଅନ୍ୟ ସନ୍ଦିଗ୍ଧ କାରଣ ନାହିଁ ସ୍ପଷ୍ଟ କରାଯାଇଛି । କିନ୍ତୁ ଏଭଳି ଘଟଣା ଅତ୍ୟନ୍ତ ଚିନ୍ତାଜନକ ଥିଲା । ବିନା କୌଣସି ସୂଚନାରେ ଜଣେ ଯାତ୍ରୀଙ୍କ ଅପ୍ରତ୍ୟାଶିତ ଆଚରଣ ଅନ୍ୟ ସହ ଯାତ୍ରୀଙ୍କ ଜୀବନ ପ୍ରତି ବିପଦର କାରଣ ହୋଇଥାନ୍ତା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *