ଦେଶ ପାଳୁଛି ଗୌରବମୟ ୭୭ ତମ ସ୍ଥଳସେନା ଦିବସ, ଜାଣନ୍ତୁ ଇତିହାସ

ଭୁବନେଶ୍ୱର: ଆଜି ହେଉଛି ‘ଆର୍ମି ଡେ’ ବା ସ୍ଥଳସେନା ଦିବସ । ଦେଶ ପାଳୁଛି ଗୌରବମୟ 77 ତମ ଆର୍ମି ଡେ । ପ୍ରତିବର୍ଷ ଜାନୁୟାରୀ 15 ତାରିଖକୁ ସ୍ଥଳସେନା ଦିବସ ଭାବେ ପାଳନ କରିଥାଏ ଦେଶ।  ସୀମାରେ ମୁତୟନ ବୀର ଯବାନଙ୍କ ବୀରତ୍ବ, ଶୌର୍ଯ୍ୟ, ପରାକ୍ରମ, ଉତ୍ସର୍ଗ ଓ ବଳିଦାନକୁ ସମ୍ମାନ ଜଣାଇବାର ଦିନଟିଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା । ଯାହାର ମୋଟୋ ହେଉଛି ସେବା ପରମ ଧର୍ମ

ଆର୍ମି ଡେ’ ଅବସରରେ ଆଜି ଦିଲ୍ଲୀ ସ୍ଥିତ ସେନା ମୁଖ୍ୟାଳୟ, ଜାତୀୟ ଯୁଦ୍ଧ ସ୍ମାରକୀ, ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ସେନା କାର୍ଯ୍ୟାଳୟ, ଶହୀଦ ସ୍ମୃତିସ୍ଥଳ ସମେତ ବିଭିନ୍ନ ସ୍ଥାନରେ ସୈନ୍ୟ ପରେଡ, ଶ୍ରଦ୍ଧାଞ୍ଜଳି ସମେତ ଚିତାକର୍ଷକ ଷ୍ଟଣ୍ଟ ପ୍ରଦର୍ଶିତ ହେଉଛି । ଏହାସହ ଭାରତ ମାତାର ଅଖଣ୍ଡତା ଓ ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯୋଦ୍ଧାଙ୍କୁ ଦେଶ ସ୍ମରଣ କରୁଛି ।

ତେବେ ପ୍ରଶ୍ନ ଉଠେ କାହିଁକି 15 ଜାନୁୟାରୀକୁ ଦେଶ ଆର୍ମି ଡେ’ ବା ସ୍ଥଳସେନା ଦିବସ ପାଳନ କରୁଛି ? ଏହି ଦିନଟି ଭାରତୀୟ ସେନା ଓ ଦେଶ ପାଇଁ କାହିଁକି ଗୁରୁତ୍ବପୂର୍ଣ୍ଣ ? ଏହି ଦିନ ଆର୍ମି ଦିବସ ପାଳନ କରିବାର ତାପର୍ଯ୍ୟ କଣ ? କାରଣ ହେଉଛି ଏହି ଦିନ ତଥା 1949 ଜାନୁୟାରୀ 15ରେ ଭାରତୀୟ ସେନାକୁ ମିଳିଥିଲା ପ୍ରଥମ ସ୍ଥଳ lସେନା ଅଧ୍ୟକ୍ଷ । ଫିଲ୍ଡ ମାର୍ଶଲ କରିୟପ୍ପା ହୋଇଥିଲେ ଭାରତୀୟ ସ୍ଥଳସେନାର ପ୍ରଥମ ଅଧ୍ୟକ୍ଷ । ତାଙ୍କରି ସମ୍ମାନରେ ଜାନୁୟାରୀ 15 କୁ ଆର୍ମି ଡେ’ ବା ସ୍ଥଳସେନା ଦିବସ ଭାବେ ଦେଶ 77 ବର୍ଷ ହେଲା ପାଳନ କରି ଆସୁଛି ।

1947 ରେ ଦେଶ ସ୍ବାଧୀନତା ହେବା ସତ୍ତ୍ବେ 1949 ପର୍ଯ୍ୟନ୍ତ ଭାରତ ଉପରେ ବ୍ରିଟିଶ ସେନାର ପ୍ରଭୁତ୍ବ ଥିଲା । ଅର୍ଥାତ 1949 ପର୍ଯ୍ୟନ୍ତ ଭାରତୀୟ ସେନାର ମୁଖ୍ୟଥିଲେ ବ୍ରିଟିଶ ସେନାଧ୍ୟକ୍ଷ । ସ୍ବାଧୀନ ଭାରତର ଶେଷ ବ୍ରିଟିଶ ସେନାଧ୍ୟକ୍ଷ ଥିଲେ କମାଣ୍ଡର ଇନ ଚିଫ ଜେନେରାଲ ଫ୍ରାନ୍ସିସ ବୁଚର । ତାଙ୍କ ଠାରୁ ଲେଫ୍ଟନାଣ୍ଟ କେଏମ କରିୟପ୍ପା (K M.Cariappa) ନେଇଥିଲେ ଭାରତୀୟ ସେନାର ଦାୟିତ୍ବ । ପରେ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ସେ ନେଇଥିଲେ ଭାରତୀୟ ସେନାର ନେତୃତ୍ବ । ପରେ ତାଙ୍କର ଦକ୍ଷତା ଓ ବୀରତ୍ବକୁ ସମ୍ମାନ ଜଣାଇ ସରକାର ଲେଫ୍ଟନାଣ୍ଟ କେଏମ କରିୟପ୍ପାଙ୍କୁ ଫିଲ୍ଡ ମାର୍ଶଲ ଭାବେ ପଦନ୍ନୋତି ଦେଇଥିଲେ ।

ଫିଲ୍ଡ ମାର୍ଶଲ କରିୟପ୍ପା ଭାରତୀୟ ସେନାର ପ୍ରଥମ ଅଧିକାରୀ ଭାବରେ ପାଞ୍ଚ ତାରକା ମାନ୍ୟତା ପାଇଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ଓ 1947 ର ପ୍ରଥମ ଇଣ୍ଡୋ-ପାକ ଯୁଦ୍ଧରେ ସେନାର ନେତୃତ୍ବ ନେଇଥିଲେ। 1919 ମସିହାରେ ଫିଲ୍ଡ ମାର୍ଶଲ କେଏମ କରିୟାପ୍ପା ଭାରତୀୟଙ୍କ ଗୋଷ୍ଠୀରେ ସେନା ପାଇଁ ମନୋନୀତ ହୋଇଥିଲେ । ଫିଲ୍ଡ ମାର୍ଶଲ କେଏମ କରିୟାପ୍ପାଙ୍କୁ ‘ଅର୍ଡର ଅଫ ଦି ଲେଜିଅନ ଅଫ ମେରିଟ’ ପ୍ରଦାନ କରାଯାଇଥିଲା । ବ୍ରିଟିଶ ରାଷ୍ଟ୍ରପତି ହ୍ୟାରି ଟ୍ରୁମାନଙ୍କ ଦ୍ବାରା ଭାରତୀୟ ଜେନେରାଲକୁ ଦିଆଯାଇଥିବା ପ୍ରଥମ ପୁରସ୍କାର ଫିଲ୍ଡ ମାର୍ଶଲ କେଏମ କରିୟାପ୍ପା ପାଇଥିଲେ । 1983 ରେ ତାଙ୍କୁ ଫିଲ୍ଡ ମାର୍ଶଲ (ପାଞ୍ଚ ତାରକା) ମାନ୍ୟତା ଦିଆଯାଇଥିଲା । ଭାରତୀୟ ସେନାରୁ ଅବସର ନେବା ପରେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପା 1956 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଭାରତୀୟ ହାଇ-କମିଶନର ଭାବେ କାର୍ଯ୍ୟ କରିଥିଲେ। ତାଙ୍କର ସାହସିକତା ଦକ୍ଷତା ସବୁବେଳେ ଭାରତୀୟ ସେନାର ପ୍ରେରଣା ହୋଇ ରହିଛି ।

ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ସ୍ବାଧିନ ଭାରତର ପ୍ରଥମ ସ୍ଥଳସେନା ଅଧ୍ୟକ୍ଷ ଭାବେ 15 ଜାନୁୟାରୀରେ ଦାୟିତ୍ବ ନେଇଥିଲେ । ଯାହା ଭାରତୀୟ ସେନା ପାଇଁ ଏକ ଐତିହାସିକ ଦିନ । ଯେତେବେଳେ ଫିଲ୍ଡ ମାର୍ଶଲ କେଏମ କରିୟପ୍ପା ସେନା ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ସେତେବେଳେ ଭାରତୀୟ ସେନାର ସୈନ୍ୟ ସଂଖ୍ୟା 2 ଲକ୍ଷ ଥିଲା । ଯାହା ବର୍ତ୍ତମାନ 13 ଲକ୍ଷ ରୁ ଅଧିକ । କେଏମ କରିୟପ୍ପା ଭାରତୀୟ ସେନାରୁ ବର୍ଷ 1953 ରେ ଅବସର ନେଇଥିଲେ । ଏହାସହ 94 ବର୍ଷ ବୟସରେ 1993ରେ ତାଙ୍କର ନିଧନ ହୋଇଥିଲା ।

ରାଜା ରାଜୁଡା କାଳରେ ମାନେ ନିଜ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜସ୍ବ ସୈନ୍ୟ ଶକ୍ତି ରଖୁଥିଲେ । ହେଲେ ପ୍ରଥମ ଥର 1776 ରେ ଦେଶରେ ବ୍ରିଟିଶ ସରକାର ତଥା ଇଷ୍ଟ ଇଣ୍ଡିଆ କମ୍ପାନୀ କୋଲକାତା ଠାରେ ସେନା ଗଠନ କରିଥିଲା । ପରେ ଏହାକୁ ବ୍ରିଟିଶ ଭାରତୀୟ ସେନା ଭାବେ ମାନ୍ୟତା ମିଳିଥିଲା । ଏହା ପରବର୍ତ୍ତୀ ସମୟରେ ଭାରତୀୟ ସ୍ଥଳସେନା ଭାବେ ମାନ୍ୟତା ପାଇଥିଲା ।

ଆଜି 77 ତମ ସେନା ଦିବସ ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ, ଅବସର ପ୍ରାପ୍ତ ସେନା କର୍ମଚାରୀଙ୍କ ସମେତ ବହୁ ବିଶିଷ୍ଟ ସେନାକୁ ଶୁଭେଚ୍ଛା ଜଣାଇବା ସହ ସହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *