ସିରିଆରେ ଇସ୍ରାଏଲର ମିଶାଇଲ ମାଡ଼ , ୧୮ମୃତ

ଇସ୍ରାଏଲ ସୋମବାର ସିରିଆରେ ମିଶାଲ ମାଡ କରିବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉତ୍ତର ପଶ୍ଚିମ ସିରିଆରେ ମସ୍ୟାଫ ସହରର ଏକ ରିସର୍ଚ୍ଚ ସେଣ୍ଟରକୁ ଟାର୍ଗେଟ କରି ଇସ୍ରାଇଲ ମିଶାଲ ମାଡ କରିଥିଲା । ସେହିପରି ବିଭିନ୍ନ ଆବାସିକ ସ୍ଥଳକୁ ଟାର୍ଗେଟ କରି ଇସ୍ରାଏଲ ମିଶାଇଲ ମାଡ କରିଥିଲା ।

ଆକ୍ରମମରେ କେନ୍ଦ୍ରିୟ ସିରିଆର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ହମା ପ୍ରଦେଶର ଏକ ରାଜପଥ କ୍ଷତିଗ୍ରସ୍ତ ହୋଇଛି ।ଗାଜାରେ ଯୁଦ୍ଧ ଆରମ୍ଭ ହେବା ପର ଠାରୁ ସିରିଆ ଉପରେ ଇସ୍ରାଏଲ ନିୟମିତ ଭାବରେ ସିରିଆରେ ଥିବା ଇରାନୀୟ ସାମରିକ ସ୍ଥାନ ଏବଂହେଜବୋଲ୍ଲା ସହ ଜଡିତ ସ୍ଥାନଗୁଡିକକୁ ଟାର୍ଗେଟ କରିଆସୁଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *