ଆରଜି କର ମେଡିକାଲରେ ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆନ୍ଦୋଳନ ଜାରି ରହିବ। ଫେଡେରେସନ ଅଫ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ ବା ଫେମା ଏହା ଘୋଷଣା କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଡାକ୍ତର ସଂଘର ବୈଠକ ପରେ ଏହି ନିଷ୍ପତ୍ତି ନେଇଛି ସଂଘ। ମଙ୍ଗଳବାର ସୁପ୍ରିମକୋର୍ଟରେ ମାମଲାର ଶୁଣାଣୀ ହେବ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ତା ପରେ ପରବର୍ତ୍ତୀ ଖସଡ଼ା ପ୍ରସ୍ତୁତ କରିବୁ ବୋଲି କହିଛି ଡାକ୍ତର ସଂଘ। କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ ଦେଶବ୍ୟାପୀ ଡାକ୍ତର, ନର୍ସିଂ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀ ଆନ୍ଦୋଳନ ଜାରି ରଖିଥିବାରୁ ପ୍ରତି ୨ ଘଣ୍ଟାରେ ସ୍ଥିତି ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଗୃହ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ନିର୍ଦେଶ ଦେଇଛି। ପ୍ରତି ୨ ଘଣ୍ଟାର ଆଇନଶୃଙ୍ଖଳା ସ୍ଥିତି ରିପୋର୍ଟ ଗୃହ ମନ୍ତ୍ରଣାଳୟର ନୂଆଦିଲ୍ଲୀସ୍ଥିତ କଣ୍ଟ୍ରୋଲ ରୁମକୁ ଫ୍ୟାକ୍ସ, ଇମେଲ୍ ଅବା ଓ୍ୱାଟସଅପ ଜରିଆରେ କୁହାଯାଇଛି। ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡାକ୍ତର ସଂଘ ସହ ଆଲୋଚନା କରିଥିଲେ ବି ସଂଘ ନିଜ ଜିଦରେ ଅଡ଼ି ବସିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now