ଭାରତର କୋକିଳା ସରୋଜିନୀ ନାଇଡୁଙ୍କ ଆଜି ହେଉଛି ଜନ୍ମଜୟନ୍ତୀ। ୧୩ ଫେବୃଆରୀ ୧୮୭୯ ମସିହାରେ ହାଇଦ୍ରାବାଦର ଏକ ବଙ୍ଗାଳୀ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ପ୍ରତିବର୍ଷ ଆଜିର ଦିନରେ ସମଗ୍ର ଦେଶରେ ଜାତୀୟ ମହିଳା ଦିବସ ମହାଆଡମ୍ୱରରେ ପାଳନ କରାଯାଏ। ସରୋଜିନୀ ନାଇଡୁଙ୍କ ଜନ୍ମବାର୍ଷିକିକୁ ମନେ ପକାଇବା ପାଇଁ ଏହି ସ୍ୱତନ୍ତ୍ର ଦିନ ପାଳନ କରାଯାଏ। ସରୋଜିନୀ ଜଣେ ଭାରତୀୟ ରାଜନୈତିକ କର୍ମୀ ଏବଂ କବି ଥିଲେ। ଯିଏ ଭାରତର ସ୍ୱାଧୀନତା ପରେ ସଂଯୁକ୍ତ ପ୍ରଦେଶର ପ୍ରଥମ ରାଜ୍ୟପାଳ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ କବିତା ପାଇଁ ନାଇଟେଙ୍ଗଲ ଅଫ ଇଣ୍ଡିଆ ଏବଂ ଭାରତର କୋକିଳା କୁହାଯାଏ। ସେହିପରି ସାହିତ୍ୟରେ ତାଙ୍କର ଅବଦାନ ପାଇଁ ସାରା ବିଶ୍ୱରେ ଜଣାଶୁଣା।

Naxatra News is now on Whatsapp
Join and get latest news update delivered to you via whatsapp
Join Now