ମୁଖ୍ୟ ରାସ୍ତା ର ମରାମତି ପାଇଁ ଜୋର ଧରିଲା ଦାବି

Spread the love

ଜାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀ ସେତୁ ଉପରେ ଆଲୋକୀକରଣ ଓ ସେତୁ ରେ ଦୁଇ ପାର୍ଶ୍ଵ ଓ ମୁଖ୍ୟ ରାସ୍ତା ର ମରାମତି ପାଇଁ ଦାବି ଜୋର ଧରିଲା। କଟଜ ଜିଲ୍ଲା  ବାଙ୍କୀ ଜାତମୁଣ୍ଡିଆ ସୁବର୍ଣ୍ଣପୁର ସେତୁକୁ ସଂଯୋଗ ଥିବା ରାସ୍ତାରେ ଖାଲଖୁମା ଓ ସେତୁ ସମ୍ପୂର୍ଣ୍ଣ ଅନ୍ଧାର ଯୋଗୁ ଘଟୁଛି ପ୍ରତ୍ୟକ ଦିନ ଦୁର୍ଘଟଣା। ପ୍ରତ୍ୟକ ଦିନ ଏହି ସେତୁ ଦେଇ କଟକ ଭୁବନେଶ୍ୱର ଖୋର୍ଦ୍ଧାରୁ ଶହଶହ ସଂଖ୍ୟା ରେ ମାଲବାହୀ ଓ ଯାତ୍ରୀବହୀ ଭାରୀଯାନ ଅନୁଗୁଳ ଢେଙ୍କାନାଳ ତାଳଚେର ଆଠଗଡ ଆଦି ସ୍ଥାନକୁ ଯାଇଥାଏ.ବିଗତ ଦିନ ରୁ ଅଦ୍ୟାବଧି ସେତୁ କୁ ଆଲୋକୀକରଣ କରିବା ପାଇଁ ଦାବି ହୋଇଆସୁଥିଲେ ସୁଦ୍ଧା  ଶୁଣି ନାହଁନ୍ତି ପ୍ରଶାସନ। ଯେଉଁଥିପାଇଁ ଘଟୁଛି ଏଭଳି ଦୁର୍ଘଟଣା ବୋଲି ସ୍ଥାନୀୟ ଲୋକେ ଓ ଲୋକ ପ୍ରତିନିଧି କରିଛନ୍ତି ଅଭିଯୋଗ ।

Leave a Reply

Your email address will not be published. Required fields are marked *