ମେଟ୍ରୋନ୍ ମହାସଂଘ ପକ୍ଷରୁ ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

Spread the love

ଭୁବନେଶ୍ୱର : ଓଡ଼ିଶା ଅନୁସୂଚିତ ଜନଜାତି ଓ ଜାତି ମହିଳା ମେଟ୍ରୋନ୍ ମହାସଂଘ ପକ୍ଷରୁ ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ ସ୍ଥାନୀୟ ଜୟଦେବ ଭବନ, ଭୁବନେଶ୍ୱରଠାରେ ମହାସମାରୋହରେ ପାଳନ କରାଯାଇଛି । ଉକ୍ତ ସମ୍ମିଳନୀକୁ ଶ୍ରୀ ଜଗନ୍ନାଥ ସାରକା, ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଜାତି ବିଭାଗ, ଓଡ଼ିଶା ପ୍ରଦୀପ ପ୍ରଜ୍ଜ୍ୱଳନ କରି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟା ଅତିଥି ଭାବେ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ଯୋଗ ଦେଇଥିଲେ । ମୁନା ଖାଁ, ସାଂସଦ ରାଜ୍ୟସଭା ମୁଖ୍ୟବକ୍ତା ଭାବେ ଯୋଗଦେଇ ମାଟ୍ରନ୍ମାନଙ୍କର ଦୀର୍ଘଦିନର ସମସ୍ୟା ବାବଦରେ ଆଲୋଚନା କରିଥିଲେ । ରାଜ୍ୟ ଆବାହକ ଦିଗମ୍ବର ଜେନା ଯୋଗଦେଇ ମାଟ୍ରନ୍ମାନଙ୍କର ୭ଦଫା ଦାବି ସମ୍ବନ୍ଧେ ଆଲୋଚନା କରି ସରକାର ଯଥାଶୀଘ୍ର ଦାବି ଗୁଡ଼ିକ ପୂରଣ କରିବା ନିମନ୍ତେ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନା କରି କହିଲେ ଯେ, ମେଟ୍ରୋନ୍ ମାନଙ୍କୁ ରାଜ୍ୟ ସରକାର ୩୦ ଗୋଟି ଜିଲ୍ଲାରେ ପ୍ରାୟ ୩୦୦୦ ହଜାର ପଦବୀ ସୃଷ୍ଟି କରି ୨୦୧୪ ମସିହାଠାରୁ ନିଯୁକ୍ତି ଦେଇ ମାସିକ ୭୫୦୦ ଟଙ୍କା ଦରମା ଦେବାସହ ୨୪ ଘଂଟା ଉପସ୍ଥିତ ରହିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଥିଲେ । ବଡ଼ ଦୁଃଖର ବିଷୟ, ୨୦୧୯ ମସିହାରେ ସରକାର ମାତ୍ର ୨୫୦୦ ଟଙ୍କା ବୃଦ୍ଧିକରି ମାସିକ ୧୦ ହଜାର ଟଙ୍କା ଦରମା ଦେଉଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ । ଯଥାଶୀଘ୍ର ସର୍ବନିମ୍ନ ମଜୁରୀ ହିସାବରେ ଦରମା ବୃଦ୍ଧି, ଚୁକ୍ତିଭିତିକ କର୍ମଚାରୀଙ୍କ ପରି ମେଟ୍ରୋନ୍ ମାନଙ୍କୁ ଯଥାଶୀଘ୍ର ସ୍ଥାୟୀ ନିଯୁକ୍ତି ଦିଆଯାଉ । ଆପଏଂଟମେଂଟରେ ଥିବା ଅର୍ଡର ମୁତାବକ ଛାତ୍ରୀନିବାସର ସମସ୍ତ କାଗଜପତ୍ର ମେଟ୍ରୋନ୍ମାନଙ୍କୁ ହସ୍ତାନ୍ତର କରାଯାଉ । ଇ.ପି.ଏଫ୍. କଟାଯାଉ । ସରକାରଙ୍କ ଦ୍ୱାରା ବର୍ଦ୍ଧିତ ସପ୍ତମ ବେତନ କମିଶନର ଅର୍ଥ ଲାଗୁ କରାଯାଉ । କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ, ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଉ । ହଠାତ୍ କୌଣସି ଆକସ୍ମିକ ଘଟଣା ପିଲାମାନଙ୍କର ଘଟିଲେ ତାଙ୍କୁ ଚାକିରୀରୁ ବହିସ୍କାର କରାଯିବା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ । ବିଳମ୍ବରେ ଚାକିରୀ ଦିଆଯାଇଥିବାରୁ ଚାକିରୀର ବୟସ ସୀମା ବୃଦ୍ଧି କରାଯାଉ । ଉକ୍ତ ସମ୍ମିଳନୀରେ ରାଜ୍ୟ ସଭାନେତ୍ରୀ ସୁଶ୍ରୀ ମମତା ସାହୁ ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦିକା ପ୍ରଭାତି ପାତ୍ର, କାର୍ଯ୍ୟକାରୀ ସଭାନେତ୍ରୀ ଚନ୍ଦ୍ରାବତୀ ମହାନ୍ତି, ରାଜ୍ୟ କୋଷାଧ୍ୟକ୍ଷା ସୁଷମା ନାୟକ, ତିରିଶିଗୋଟି ଜିଲ୍ଲାର ସଭାନେତ୍ରୀ, ସମ୍ପାଦିକା ମାନଙ୍କ ମଧ୍ୟରେ ଶ୍ରୀମତୀ ଜିରାମଣି ସିଂ-ମୟୂରଭଞ୍ଜ, ମଞ୍ଜୁଲତା ଖାଲକୋ-ସୁନ୍ଦରଗଡ଼, ଅନ୍ନପୂର୍ଣ୍ଣ ପରିଚ୍ଛା-କନ୍ଧମାଳ, ପ୍ରେମଲତା ମହନ୍ତ ଓ ପ୍ରୀତିମୟୀ ଚକ୍ର – କେଉଁଝର, ମଞ୍ଜୁଲତା ପ୍ରଧାନ- ଝାରସୁଗୁଡା, ସସ୍ମିତା ନାୟକ-ଅନୁଗୋଳ, ସୌଦାମିନୀ ମହାନ୍ତି- ରାୟଗଡ଼ା, ମୋନାଲିସା ସାହୁ- ମାଲକାନାଗିରି, ତେରେସା-ନବରଙ୍ଗପୁର, ଶୈଳବାଳାସାହୁ- କୋରାପୁଟ, ସନ୍ଧ୍ୟାରାଣୀ ସାମନ୍ତରାୟ-ଖୋର୍ଦ୍ଧା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *