ସିନେ ପ୍ରେମୀଙ୍କୁ ସିନେମା ଡେ’ରେ ବଡ଼ ଭେଟି

Spread the love

ଭୁବନେଶ୍ବର: ସିନେ ପ୍ରେମୀଙ୍କୁ ସିନେମା ଡେ’ରେ ବଡ଼ ଭେଟି।ଜାତୀୟ ସିନେମା ଦିବସ ଅବସରରେ ସାରା ଦେଶରେ ୪ ହଜାରରୁ ଅଧିକ ହଲରେ ମାତ୍ର ୭୫ ଟଙ୍କାରେ ଟିକେଟ ଦିଆଯାଇ ହଲ୍ ପ୍ରତି ଦର୍ଶକଙ୍କୁ ଆକୃଷ୍ଟ କରାଯାଉଛି। ଅନ୍ୟପଟେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଫିଲ୍ମ ହଲର ଚାହିଦା କମିବା ସଙ୍ଗେ ସଙ୍ଗେ ଫିଲ୍ମର କାହାଣୀ ଦମଦାର ହେଉନଥିବାରୁଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଓଡିଆ ସିନେ ଅଭିନେତା। ତାସହ ଓଡିଆ ଅଭିନେତାଙ୍କୁ ପଦ୍ମ ସମ୍ମାନ ଦେବା ପାଇଁ ସରକାର ଚିନ୍ତା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ସିନେ ଅଭିନେତା।

ସିନେମା ଦିବସ ଅବସରରେ ଓଡିଶାର ଭୁବନେଶ୍ୱର ଠାରୁ ଆରମ୍ଭ କରି କଟକ ଓ ବ୍ରହ୍ମପୁର ସହରର ସମସ୍ତ ସିନେମା ହଲ ଚଳଚଞ୍ଚଳ। ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ହୋଇଥିବାବେଳେ, ଏହି ଅବସରରେ ୭୫ ବର୍ଷକୁ ନେଇ ସିନେମା ଦିବସ ପାଳନ କରାଯାଉଛି। ଏଥିପାଇଁ ଭାରତ ବର୍ଷର ସମସ୍ତ ସିନେମା ହଲରେ ଦର୍ଶକଙ୍କୁ ଉତ୍ସାହିତ କରିବା ପାଇଁ ସମସ୍ତ ଟିକେଟକୁ ୭୫ ଟଙ୍କା କରାଯାଇଛି। ମଲ୍ଟି ପ୍ଳେକ୍ସ ହେଉ ଅବା ସିଙ୍ଗେଲ ସ୍କ୍ରିନ ସବୁଠି ୭୫ ଟଙ୍କାରେ ଟିକେଟ ବିକ୍ରୀ ହୋଇଛି। ପିଭିଆର, ଆଇନକ୍ସ, ସିନେପଲିକ୍ ସମେତ ୪ ହଜାରରୁ ଅଧିକ ବଡ ପରଦାରେ ଫିଲ୍ମ ଦେଖିଛନ୍ତି ଦର୍ଶକ। ହଲ ମାନଙ୍କରେ ପୂର୍ବ ଦିନ ଅପେକ୍ଷା ଆଜି ଦର୍ଶକଙ୍କ ଭଲ ରେଶପଣ୍ଡ ରହିଥିବା ଦେଖିବାକୁ ମିଳିଥିବା ବେଳେ ଏଥିପାଇଁ ହଲମାନଙ୍କରେ ଦର୍ଶକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ସେପଟେ ଜାତୀୟ ଚଳଚ୍ଚିତ୍ର ଦିବସ ଅବସରରେ ଦର୍ଶକଙ୍କୁ ପୁଣିଥରେ ସିନେମା ଓ ସିନେମା ହଲ ସହ ଯୋଡିବା ପାଇଁ ମଲ୍ଟି ପ୍ଳେକ୍ସ ମାଲିକ ସଂଘ ପକ୍ଷରୁ ଦର୍ଶକଙ୍କ ପାଇଁ କରାଯାଇଥିବା ନିଆରା ପ୍ରୟାସକୁ ସ୍ୱାଗତ କରିଛନ୍ତି ଅଭିନେତା ଶ୍ରୀତମ ଦାସ। ବର୍ଷ ତମାମ ଯଦି ଓଡିଆ ସିନେମା ଟିକେଟ ଦାମ ୭୫ ଟଙ୍କା ରଖାଯାଆନ୍ତା ତାହାଲେ ଓଡିଆ ଫିଲ୍ମ ଦେଖିବାକୁ ଦର୍ଶକ ହଲକୁ ଆସନ୍ତେ। କାରଣ ଭାରତର ବିଭିନ୍ନ ରାଜ୍ୟରେ ସିନେ କଳାକାର ମାନଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି। ହେଲେ ଓଡ଼ିଶାରେ ଓଲିଉଡ ସିନେମାର 84 ବର୍ଷ ବିତିଥିଲେ ମଧ୍ୟ କେହି ବି ଜଣେ ଓଡିଆ ସିନେ ଅଭିନେତା ପଦ୍ମ ସମ୍ମାନ ପାଇ ନାହାନ୍ତି। ତେଣୁଓଡିଆ ଅଭିନେତାଙ୍କୁ ପଦ୍ମ ସମ୍ମାନ ଦେବା ପାଇଁ ସରକାର ଚିନ୍ତା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଶ୍ରୀତମ ।

 ତେବେ ଓଡିଶାରେ ଓଡିଆ ସିନେମାର ଚାହିଦା କମି କମି ଯାଉଥିବାବେଳେ ସାଉଥରୁ କପି ହେଉଛି ଓଡିଆ ସିନେମା। ସେଥିପାଇଁ ଓଡିଶାରେ ସିନେମା ଭଲ ହେଉନି। ଫିଲ୍ମର କାହାଣୀ ଦମଦାର ହେଉନଥିବାରୁ ଦର୍ଶକ ଫିଲ୍ମ ହଲକୁ ଆସିବାକୁ ଚାହୁଁନାହାନ୍ତି। ଫିଲ୍ମର ଭଲ ପ୍ରମୋସନ ହେଉନଥିବାରୁ ବ୍ୟବସାୟ ବି ଭଲ ହେଉନି। ସେଥିପାଇଁ ସିନେମାକୁ ଆଗକୁ ନେବାକୁ ମଲ୍ଟି ପ୍ଳେକ୍ସ ମାଲିକ ସଂଘ ପକ୍ଷରୁ ଦର୍ଶକଙ୍କ ପାଇଁ କରାଯାଇଥିବା ନିଆରା ପ୍ରୟାସକୁ ସବୁ ମହଲରେ ସ୍ୱାଗତ କରାଯାଇଥିବାବେଳେ ସିନେମା ହଲକୁ ମଧ୍ୟ ଆଜି ଦର୍ଶକଙ୍କ ସୁଅ ଛୁଟିଛି।

ସମାପିକା ମହାନ୍ତି, ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *