ଜାତୀୟ

ସେପ୍ଟିକ ଟାଙ୍କି ସଫେଇ ସମୟରେ ୫ ଶ୍ରମିକ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ପରଭଣି ଜିଲ୍ଲା ଅନ୍ତର୍ଗତ ସୋନପେଠ ତହସିଲର ଟାଂଡା ଗ୍ରାମରେ ସେପ୍ଟିକ ଟାଙ୍କି ସଫେଇ ସମୟରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସମସ୍ତ ଶ୍ରମିକଙ୍କ ମୃତଦେହ ଟାଙ୍କି ଭିତରୁ ଉଦ୍ଧାର ପରେ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ସିଭିଲ୍ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା ।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଗୁରୁବାର ରାତିରେ ମାରୁତି ରାଠୋଡ଼ଙ୍କ କ୍ଷେତ ନିକଟରେ ୫ ଜଣ ଶ୍ରମିକ ଏକ ସେପ୍ଟିକ ଟାଙ୍କି ସଫେଇ କରୁଥିଲେ । ହେଲେ ସେମାନେ ବହୁ ସମୟ ଧରି ବାହାରକୁ ଆସିନଥିଲେ । ଏହା ଜାଣିବା ପରେ ଗ୍ରାମବାସୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ମୃତଦେହ ଗୁଡିକୁ ଟାଙ୍କିରୁ ଉଦ୍ଧାର କରିଥିଲା ।

Related Articles

Leave a Reply

Your email address will not be published.

Back to top button