ଚିଲିକା ଉପରେ  ନଜର ରଖିବ ଡ୍ରୋନ୍‌

Spread the love

ବ୍ରହ୍ମଗିରି: ଚିଲିକା ଓ ଭିତର କନିକା ଉପରେ ଉଡ଼ିବ ଡ୍ରୋନ l ବେଆଇନି ଚିଙ୍ଗୁଡ଼ି ଘେରି ଉପରେ ରଖିବ ନଜର l ହାଇକୋର୍ଟର ଚି଼ଫ ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଆରକେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଆମିକସକ୍ୟୁରୀ ମୋହିତ ଅଗ୍ରୱାଲଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଏହାସହ ଏଥିପାଇଁ ରାଜ୍ୟ ସରକାରଙ୍କୁ ଅର୍ଥ ଦେବା ପାର୍ଇ ନିର୍ଦେଶ ଦେଇଛନ୍ତି l

ଚିଲିକା ଉପରେ ଉଡ଼ିବ ଡ୍ରୋନ କ୍ୟାମେରା । ବେଆଇନି ଚିଙ୍ଗୁଡ଼ି ଘେରି ଉପରେ ରଖିବ ନଜର । ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ଚିଲିକା ଉପରେ ଓ କେନ୍ଦ୍ରାପଡ଼ାର ଭିତର କନିକା ଉପରେ ଉଡ଼ିବ ଡ୍ରୋନ କ୍ୟାମେରା l ଘେରି ମୁକ୍ତ ହେବ ଚିଲିକା ଓ ଭିତର କନିକା l ଗତ ବୁଧବାର ଦିନ ଓଡିଶା ହାଇକୋର୍ଟ ଖଣ୍ଡପୀଠ ଏହା ଉପରେ ଶୁଣାଣି କରି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି l  ଚିଲିକା ଓ ଭିତର କନିକାରେ ହାଇ ଟାଇଡ ଲାଇନ  ଚି଼ହ୍ନଟ ହେବ । ଏହାସହ ସିମେଣ୍ଟ ପିଲାର ଖୁଣ୍ଟି ଗୁଡିକ ପୋତା ହେବ । ଚିଲିକା ଡେଭେଲପମେଣ୍ଟ ଅଥରଟି ସିଡିଏ  ବେଆଇନି ଚିଙ୍ଗୁଡ଼ି ଘେରି ଉଛେଦ ପାଇଁ ଜିଲ୍ଲାପାଳମାନଙ୍କୁ ସହଯୋଗ କରିବେ l ରାଜ୍ୟ ସରକାର ଏ ବାଦରେ ସମସ୍ତ ଅର୍ଥ ଜିଲ୍ଲାପାଳ ମାନଙ୍କୁ ଯୋଗାଇଦେବେ l

ସେପଟେ ଏକଥାକୁ ଗ୍ରହଣ କରିପାରୁନାହାନ୍ତି ଚିଲିକା ଉପକୂଳବର୍ତ୍ତୀ ଅଂଚଳର ମସ୍ୟଜୀବୀ ଓ ସାଧାରଣ ଲୋକ l ଚିଲିକାକୁ ଆଉ ପୂର୍ବ ପରି ମାଛ ଚିଙ୍ଗୁଡ଼ି ଆସୁନାହାନ୍ତି l ଯଦିଓ କିଛି ପରିମାଣରେ ଆସୁଛନ୍ତି ଦିନେ ଦୁଇଦିନ ଚିଲିକାରେ ରହି ପୁଣି ଜୁଆର ପାଣିରେ ସମୁଦ୍ରକୁ ଚାଲି ଯାଉଛନ୍ତି l ନୂତନ ଭାବେ ଖୋଲିଥିବା ତିନୋଟି ମୁହାଣ ଚିଲିକାକୁ ସବୁଦିନ ଧୋଇଦେଉଛି l ପାମ୍ପରିକ ପଦ୍ଧତିରେ ଚିଲିକାରେ ମାଛଧରି ପରିବାର ପ୍ରତିପୋଷଣ ସମ୍ଭବ ନୁହେଁ l ଚିଲିକାରେ ବିନା ଚିଲିକା ଆଇନରେ ଘେରି ଉଛେଦ କରାଯାଏ । ଏଭଳି ହେଲେ ସ୍ଥାନୀୟ ଲୋକ ଦାଦନ ଖଟିବାକୁ ଯିବା ସାର ହେବ l ଚିଲିକାରେ ଜୀବନ ଜୀବିକା ବଞ୍ଚାଇବା ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ ଚାଲୁଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଚିନ୍ତାରେ ଚିଲିକା ଉପକୂଳ ବାସୀ l

Leave a Reply

Your email address will not be published. Required fields are marked *