ମନୋରଞ୍ଜନ

ପୁଣି ସଲମାନ ଖାନଙ୍କୁ ଝଟକା

ଲିଉଡ ସୁପରଷ୍ଟାର ଅଭିନେତା ସଲମାନ ଖାନଙ୍କୁ ଝଟକା । ସବୁବେଳେ ବିବାଦରେ ରହିଆସିଥିବା ସଲମାନଙ୍କୁ ଏଥର କୋର୍ଟରୁ ଝଟକା ମିଳିଛି । ପଡୋଶୀଙ୍କ ବିରୋଧରେ ସଲମାନ ମାନହାନୀ ମାମଲା ଆଣିଥିଲେ । ଯାହାକୁ ଖାରଜ କରିଛନ୍ତ ମୁମ୍ବାଇ କୋର୍ଟ । କିଛି ଦିନ ତଳେ ସଲମାନଙ୍କ ପଡୋଶୀ କେତନ କକ୍କଡ ସଲମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ତେବେ ଏହାଦ୍ୱାରା ତାଙ୍କର ମାନହାନୀ ହେଉଛି ବୋଲି ସଲମାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯେତେବେଳେ କି କେତନ କରିଥିବା ଅଭିଯୋଗର ପ୍ରମାଣ କୋର୍ଟଙ୍କ ସମ୍ମୁଖରେ ରଖିଛନ୍ତି ।
ତେବେ ମାମଲା ତଦନ୍ତ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି । ମାନହାନୀ ପାଇଁ ଉଦ୍ଦିଷ୍ଟ ଗ୍ୟାଗ୍ ଅର୍ଡରର ଅନ୍ତିମ ଆବେଦନ ଏଥିସହ ଖାରଜ ହୋଇଥିବା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରବାସୀ ଭାରତୀୟ କେତନ କକ୍କଡ ଅଧିକାଶ ସମୟ ଦେଶ ବାହାରେ ରୁହନ୍ତି । ଯାହାର ଫାଇଦା ଉଠାଇ ସଲମାନ ତାଙ୍କ ଘର ଓ ଜାଗାକୁ ବ୍ୟକ୍ତିଗତ ଫାଇଦାରେ ଳଗାଉଥିବା କକ୍କଡ ଅଭିଯୋଗ କରିଥିଲେ । ଏହାପରେ ସଲମାନ କକ୍କଡଙ୍କ ବିରୋଧରେ ମାନହାନୀ ମାମଲା ଆଣିଥିଲେ । ଯାହାକୁ ଖାରଜ କରିବା ପରେ ସଲମାନଙ୍କୁ ଝଟକା ମିଳିଛି ।

Related Articles

Leave a Reply

Your email address will not be published.

Back to top button