ଭିଜିଲାନ୍ସ ଜାଲରେ ଢେଙ୍କାନାଳ ସଦର ରେଞ୍ଜର

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଫିସର। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ଼ ଚାଲିଛି। ଢେଙ୍କାନାଳ ଫରେଷ୍ଟ ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ରତ୍ନ ବଜାର ସ୍ଥିତ ୩ ମହଲା ଘର, ଅନ୍ୟ ଏକ ୨ ମହଲା ଘର, ଆଠଗଡ଼ରେ ଥିବା ଫାର୍ମହାଉସ, ଭୁବନେଶ୍ୱର ରସୁଲଗଡ଼ରେ ଥିବା ବୃନ୍ଦା ବସେରା ଆପାର୍ଟମେଣ୍ଟରେ ଫ୍ଲାଟ, ଆଠଗଡ଼ ବିରକିଶରପୁର ସ୍ଥିତ ପୈତୃକ ଘର, ଢେଙ୍କାନାଳ ସ୍ଥିତ ସମ୍ପର୍କୀୟଙ୍କ ଘର ଓ ଅଫିସରେ ଭିଜିଲାନ୍ସ ପକ୍ଷରୁ ରେଡ଼ କରାଯାଉଛି। ଭିଜିଲାନ୍ସ ସ୍ପେଶାଲ ଜର୍ଜଙ୍କ ନିର୍ଦ୍ଦେଶକ୍ରମେ ୭ ଡ଼ିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଇନ୍ସପେକ୍ଟର, ୬ ଏଏସଆଇ ଓ ଅନ୍ୟ ଷ୍ଟାଫ ଏହି ରେଡ଼ କରୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *