ପିଡ଼ିଏସ୍ ସବ୍ ସେଂଟର ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Spread the love

ନୂଆପଡ଼ା : ପିଡିଏସ୍ ସବ ସେଂଟର ପାଇଁ ନୂଆପଡ଼ା ଜିଲାପାଳଙ୍କୁ ଭେଟିଲେ ଗାଁ ଲୋକେ । ଖଡ଼ିଆଳ ବ୍ଲକ ଠାରେ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ଲୋକେ । ମାଣ୍ଡୋସିଲ ପଂଚାୟତର ପିଡିଏସ କେନ୍ଦ୍ର ଚରାଭଟା ଗାଁରେ ଥିବାରୁ ପିଡିଏସ୍ ପାଇଁ ୫ କିମି ଯିବାକୁ ପଡ଼ୁଛି ମାଳପଡ଼ାର ଲୋକଙ୍କୁ । ଫଳରେ ସେମାନେ ହଇରାଣର ଶିକାର ହେଉଛନ୍ତି । ବିଶେଷ କରି ବୟସ୍କ ଲୋକେ ରାସନ ଆଣିବାକୁ ଏତେଦୂର ଯିବାପାଇଁ ଅସୁବିଧା ଭୋଗ କରୁଛନ୍ତି । ତେଣୁ ମାଣ୍ଡୋସିଲର ମାଳପଡ଼ା ଠାରେ ପିଡିଏସ୍ କେନ୍ଦ୍ର ହେବାକୁ ଦୀର୍ଘ ଦିନରୁ ଦାବି ହେଉଅଛି । କିନ୍ତୁ ବାରମ୍ବାର ଅଭିଯୋଗ ସତ୍ୱେ କେହି ଶୁଣୁ ନଥିବାରୁ ଆଜି ଜିଲାପାଳ ହେମକାନ୍ତ ସାଏଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଲୋକଙ୍କ ଦାବିକୁ ଗ୍ରହଣ କରାଯାଇଛି ଓ ଯେଉଁଠି ସବ ସେଂଟର ପାଇଁ ଜରୁରୀ ଅଛି ସ୍ଥାନୀୟ ସରପଂଚ ଏହାର ସମାଧାନ କରି ପାରିବେ ବୋଲି ଜିଲାପାଳ କହିଛନ୍ତି ।

Leave a Reply

Your email address will not be published. Required fields are marked *