ଝାରସୁଗୁଡ଼ାରେ ଓଡ଼ିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ ଆସନ୍ତା ମେ ୧୬ରୁ

ଝାରସୁଗୁଡ଼ା : ଜିଲ୍ଲାରେ ଓଡ଼ିଶା ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି(ଏସ୍‌ଇବିସି) ସର୍ଭେ ମେ’ ୧୬ ରୁ ୧୧ ଜୁନ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଏସ୍‌ଇବିସି ସର୍ଭେ ଗତ ମେ’ ୧ତାରିଖରୁ ଆରମ୍ଭ ହୋଇଥିବା ବେଳେ ଝାରସୁଗୁଡ଼ାରେ ଉପନିର୍ବାଚନ ପରିପ୍ରେକ୍ଷୀରେ ଏହି ସର୍ଭେ ସ୍ଥଗିତ ରଖା ଯାଇଥିଲା । ଆଜି ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଂଚଳରେ ସଚେତନତା ରଥ ପରିଭ୍ରମଣ କରିବ । ଜିଲ୍ଲାରେ ୩୭୭ଟି ସର୍ଭେ ସେଂଟର ସ୍ଥିର କରାଯାଇଛି । ୩୯୪ଜଣ ଏନୁମୁରେଟର ଓ ୪୦ଜଣ ସୁପରଭାଇଜରଙ୍କୁ ଏଥି ସକାଶେ ନିୟୋଜିତ କରାଯାଇଛି । ସର୍ଭେ ମାଧ୍ୟମରେ ପଛୁଆ ବର୍ଗର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ଗ୍ରହଣ କରାଯିବ । ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ସର୍ଭେ ଉଦ୍ଦିଷ୍ଟ । ପରିବାରର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ/ସଦସ୍ୟା ପରିବାରର ସମସ୍ତ ତଥ୍ୟ ସର୍ଭେ ସେଣ୍ଟରରେ ପ୍ରଦାନ କରିପାରିବେ । ସର୍ଭେ ସକାଶେ ପରିବାରର ରାସନ କାର୍ଡ ସହ ସମସ୍ତ ସଦସ୍ୟଙ୍କର ଯେ କୌଣସି ପରିଚୟ ପତ୍ର ଯଥା ଆଧାର କାର୍ଡ କିମ୍ବା ଭୋଟର ପରିଚୟ ପତ୍ର ବା ପ୍ୟାନ କାର୍ଡ ନଚେତ ପାସପୋର୍ଟ ଆବଶ୍ୟକ । ରାସନ କାର୍ଡ ନଥିବା ପଛୁଆ ବର୍ଗ ପରିବାର ସଦସ୍ୟ ମଧ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ପ୍ରଦାନ କରିପାରିବେ । ଅନଲାଇନ(ଙ୍ଗଙ୍ଗଙ୍ଗ. କ୍ଟଗ୍ଦମଭମ.କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ)ରେ ବିନା ମୂଲ୍ୟରେ ମଧ୍ୟ ଫର୍ମ ପୂରଣ କରାଯାଇପାରିବ । ”ମୋ ସେବାକେନ୍ଦ୍ର”ରେ ସ୍ଥିରୀକୃତ ଦେୟ ପ୍ରଦାନ କରି ଅନଲାଇନରେ ଫର୍ମ ପୂରଣ କରି ହେବ । ସର୍ଭେ ସେଣ୍ଟର କିମ୍ବା ଅନଲାଇନ ଯେ କୌଣସି ଗୋଟିଏ ମାଧ୍ୟମରେ ଫର୍ମ ପୂରଣ କରାଯାଇପାରିବ । ସର୍ଭେ ସେଣ୍ଟର ସମ୍ପର୍କରେ ଖାଉଟି ସାମଗ୍ରୀ ବଂଟନ କେନ୍ଦ୍ର କିମ୍ବା ଅଙ୍ଗନବାଡ଼ି କେନ୍ଦ୍ରରେ ସୂଚନା ଉପଲବ୍ଧ । ସଚେତନତା ରଥର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ପ୍ରବୀର କୁମାର ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଜଗଦୀଶ ଚନ୍ଦ୍ର ମେହେର, ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *