ମହିଳାଙ୍କୁ ନିର୍ଯାତନା ପୋଲିସ ରଖୁନି ଏତଲା

Spread the love

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ହଡିଅଣ୍ଟା ଗ୍ରାମର ଜଣେ ଅସହାୟ ମହିଳାଙ୍କୁ ସରପଂଚ ହଇରା ହରକତ କରୁଥିବା ନେଇ ମହିଳା ଜଣକ ଥାନାରେ ଦ୍ୱାରସ୍ଥ ହେବାରୁ ଥାନା ଅଧିକାରୀ ଏତଲା ରଖୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ହଡିଅଣ୍ଟା ଗ୍ରାମର ହରେକୃଷ୍ଣ ଦାସଙ୍କ ପତ୍ôନୀ ବାସନ୍ତୀ ଦାସଙ୍କୁ ନିର୍ବାଚନ ସମୟରେ ଭୋଟ ର ଆକ୍ରୋଷ ରଖି ସରପଂଚ ତାଙ୍କୁ ହଇରାଣ କରିବାସହ ତାଙ୍କ ସ୍ଥିତିବାନ ସମ୍ପତିରୁ ତାଙ୍କୁ ଉଚ୍ଛେଦ କରିବା ପାଇଁ ନାନା ପ୍ରକାର ହଇରାଣ କରୁଥିବା ନେଇ ଜିଲ୍ଲପାଳଙ୍କ ନିକଟରେ ସେ ଅଭିଯୋଗ କରିଛନ୍ତି । ଏଥି ସହିତ ଥାନା ଅଧିକାରୀ ତାଙ୍କ ଏତଲାକୁ ଗ୍ରହଣ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀମତୀ ବାସନ୍ତୀ ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *