କୁରେଇଁଯୋଡି ନାଳରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

Spread the love


ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଜାମୁଯୋଡ଼ି ଗ୍ରାମ ଆଟପୁର ସାହି ନିକଟସ୍ଥ କୁରେଇଁଯୋଡିÿ ନାଳରୁ ବୁଧବାର ଅପରାହ୍ନରେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ଖବର ଅନୁଯାୟୀ ଗ୍ରାମର ସ୍ୱର୍ଗତ କେଶବ ସାହୁଙ୍କ ପନôୀ ଅମ୍ବୁ ସାହୁ(୭୨) ଆଜି ସକାଳ ସମୟରେ ଶୌଚ ନିମନ୍ତେ ଯାଇଥିବା ବେଳେ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁତ ଖୋଜା ଖୋଜି ପରେ ନିକଟସ୍ଥ ସମ୍ପର୍କୀୟ ଘରକୁ ଚାଲିଯାଇଥିବା ଭାବି ଆଉ ଖୋଜା ଖୋଜି କରିନଥିଲେ । ପରେ ଅପରାହ୍ନ ସମୟରେ ପଡୋଶୀ ଲୋକ ନାଳରେ ମୃତଦେହ ଭାସୁଥିବାର ଦେଖି ଚିହ୍ନିବା ପରେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଂଚି ମୃତଦେହ ଚିହ୍ନିବା ପରେ ହରିଚନ୍ଦନପୁର ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *