ଦୁର୍ବଳ ହୋଇଛି ମାଣ୍ଡୋସ

Spread the love

ଭୁବନେଶ୍ବର: ଦୁର୍ବଳ ହେଲା ବାତ୍ୟା ମାଣ୍ଡୋସ। ରାଜ୍ୟରେ ଆଉ ନାହିଁ ବାତ୍ୟାର ପ୍ରଭାବ । ଏହାର ପ୍ରଭାବରେ  ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ଗଜପତି ଜିଲ୍ଲାରେ ସର୍ବାଧିକ ୫.୦ ମିମି  ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୨୪ ଘଣ୍ଟାରେ   ମାଲକାନଗିରି କୋରାପୁଟ ରାୟଗଡା ଗଂଜାମ ଗଜପତି ନୂଆପଡା କଳାହାଣ୍ଡି ଜିଲ୍ଲାରେ ବିଶେଷ ଭାବେ ଦକ୍ଷିଣ ଓଡ଼ିଶାର ଏହି ସବୁ ସ୍ଥାନ ଗୁଡିକରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି ।

ଆଗାମୀ ୧୨ ,୧୩, ଓ ୧୪  ଡିସେମ୍ବର  ତାରିଖ ପର୍ଯ୍ୟନ୍ତ ମୁଖ୍ୟତ ରାଜ୍ୟରେ ପାଗ ଶୁଖିଲା ରହିବ । ଅନ୍ୟପଟେ ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ  ତାରିଖରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।  ସେପଟେ କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାରେ ୧୧.୦ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି।  ଆଗାମୀ ୨୪ ଘଣ୍ଟା ପରେ ବଢିବ ରାତ୍ରି ତାପମାତ୍ରା । ଆଗାମୀ ୨୪ଘଣ୍ଟା ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରା ରାଜ୍ୟର ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଶୀତର ପ୍ରଭାବ କମିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ବାସ

ବାଇଟ-ଏଚ ଆର ବିଶ୍ୱାସ,ନିର୍ଦେଶକ ଆଞ୍ଚଳିକ ପାଣିପାଗକେନ୍ଦ୍ର

Leave a Reply

Your email address will not be published. Required fields are marked *