ଓଡ଼ିଶା ଛୁଇଁବ ମୌସୁମୀ ବାୟୁ

Spread the love

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡ଼ିଶା ପ୍ରବେଶ କରିବା ପରେ ଅନ୍ୟ ଅଞ୍ଚଳ ଗୁଡିକ ସ୍ପର୍ଶ କରିବ । ଓଡ଼ିଶାରେ ମୌସୁମୀ ସ୍ପର୍ଶ ପାଇଁ ପାଗ ଅନୁକୂଳ ରହିଛି ।

ସାଧାରଣତଃ ଓଡିଶାରେ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମମୀ ବାୟୁ ଓଡିଶାରେ ପ୍ରବେଶ କରିଥାଏ । ଚଳିତଥର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ବାଭାବିକ ସମୟର ଦୁଇ ଦିନ ପୂର୍ବରୁ କେରଳ ଛୁଇଁଥିବା ବେଳେ ଓଡିଶାରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଅନ୍ୟପଟେ ଗତକାଲି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆସନ୍ତା ୨୪ ଘଣ୍ଟା ଭିତରେ ବଲାଙ୍ଗୀର , ନୂଆପଡା , ସୁବର୍ଣ୍ଣପୁର , ବୌଦ୍ଧ , କନ୍ଧମାଳ ଓ ବରଗଡରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାର କରାଯାଇଛି ।

Leave a Reply

Your email address will not be published. Required fields are marked *