ମୋ କଲେଜ ଅଭିଯାନ ଓ ଇଣ୍ଡିଆନ ସାଇକିଆଟ୍ରିକ ସୋସାଇଟି ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହେଲା

Spread the love

ଭୁବନେଶ୍ୱର : ମୋ କଲେଜ ଅଭିଯାନ ପରିଚାଳନା ସଂଗଠନ ଓ ଇଣ୍ଡିଆନ ସାଇକିଆଟ୍ରିକସୋସାଇଟି, ଓଡ଼ିଶା ଶାଖା ମଧ୍ୟରେ ଶୁକ୍ରବାର ଏମଓୟୁ (ବୁଝାମଣାପତ୍ର)ସ୍ୱାକ୍ଷର ହୋଇଛି । ଏହି ଏମଓୟୁ ଅନୁସାରେ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀଙ୍କର ମାନସିକ ସ୍ୱାସ୍ଥ୍ୟ ତଥା ଏହାର ସଚେତନତାର ବିକାଶ କରାଯିବ । କଲେଜ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଯେଭଳି ଚାପଗ୍ରସ୍ତ ନହୋଇ ଶିକ୍ଷା ଗ୍ରହଣ କରିବେ ସେ ଉପରେ ପିଲାଙ୍କୁ ମାନସିକ ସ୍ତରରେ ବିଭିନ୍ନ ପ୍ରଶିକ୍ଷଣ ଦିଆଯିବ ।

ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ଓ ଇଣ୍ଡିଆନ ସାଇକିଆଟ୍ରିକସୋସାଇଟି, ଓଡ଼ିଶା ଶାଖାର ସଭାପତି ଡ଼କ୍ଟରଅମ୍ରିତପାଟ୍ଟଯୋଶୀ ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ଇଣ୍ଡିଆନ ସାଇକିଆଟ୍ରିକସୋସାଇଟି, ଓଡ଼ିଶା ଶାଖାର ଡ଼କ୍ଟର ପ୍ରଫେସର ଅଶ୍ରୁମୋଚନ ସାହୁ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଅବସରରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଶ୍ରୀ ଦାସନାୟକ କହିଲେ,ଦ\” ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଚତୁର୍ଦିଗରୁ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ଯେପରିକି ସୋସିଆଲ ମିଡିଆର ଚାପ , ଅନଲାଇନରେ ଜୁଆ ଖେଳିବାର ଚାପ,ପରିବାର ତଥା ବନ୍ଧୁବାନ୍ଧବଙ୍କ ଆଶର ଚାପ , ନିଜକୁ ସମାଜରେ ସୁ-ପ୍ରତିଷ୍ଠିତ କରିବାର ଚାପରେ ସେମାନେ ପଡୁଛନ୍ତି । କିନ୍ତୁ ଏହି ସବୁ ଆକାଂକ୍ଷା ଯେତେବେଳେ ପୂରଣ ହୁଏ ନାହିଁ, ସେତେବେଳେ ଯୁବ ସମାଜ ଆତ୍ମହତ୍ୟା ପରି ଭୁଲ ରାସ୍ତାକୁ ବାଛି ନିଅନ୍ତି । ତେଣୁକରି ବର୍ତ୍ତମାନ ସମୟରେ ସମାଜରେ ମାନସିକ ସଚେତନତା ଏକ ପ୍ରମୁଖ ଆହ୍ୱାନ ପାଲଟିଛି । ତେଣୁ ଏହି ମାନସିକ ସଚେତନତାର କାର‌୍ୟ୍ୟକ୍ରମ ପ୍ରାୟ ୧୦୦ଟି କଲେଜରେ ଅନୁଷ୍ଠିତ ହେବ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ମାନସିକ ଚାପକୁ କିଭଳି ନିୟନ୍ତ୍ରଣ କରିପାରିବେ ତାହା ଉପରେ ସଚେତନ ହୋଇପାରିବେ । ଦ\”

 ଅନ୍ୟପକ୍ଷରେ ଇଣ୍ଡିଆନ ସାଇକିଆଟ୍ରିକସୋସାଇଟି, ଓଡ଼ିଶା ଶାଖାର ସଭାପତି ଡ଼କ୍ଟରଅମ୍ରିତପାଟ୍ଟଯୋଶୀ କହିଲେ ଦ\” ମଣିଷ ଜୀବନ ଇଶ୍ୱରଙ୍କର ଏକ ବରଦାନ । ଯୁବପିଢ଼ି ବା ଛାତ୍ରଛାତ୍ରୀମାନେ କିପରି ଭାବରେ ନିଜ ନିଜର ମାନସିକ ସୁସ୍ଥତାକୁ ଗୁରୁତ୍ୱ ଦେବେ ତାହା ହେଉଛି ଏହି ଏମଓୟୁର ମୂଳ ଲକ୍ଷ । ସେମାନଙ୍କୁ ସହଜ ଭାବରେ ସଚେତନ କରେଇବା ତଥା ସେମାନଙ୍କ ବିଭିନ୍ନ ମାନସିକ ଦୁଃଶ୍ଚିନ୍ତାର ଠିକ ଉତ୍ତର ଦେବା ଆମ ଦାୟିତ୍ୱ ଦ\” ।

ଏହି ଏମଓୟୁ ଅନୁସାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ମାନସିକ ଚାପ କିଭଳି ଦୂର ହେବ । ସେମାନେ ପାଠପଢ଼ା ଓ ଚାକିରିକୁ ନେଇ ଯେମିତି ଅଧିକ ଚାପରେ ରହିବେ ନାହିଁ ତାହା ଉପରେ ଗୁରୁତ୍ୱ ଦିଆଯିବ । ପିଲାମାନେ ନିଜ ମନ ଓ ମସ୍ତିଷ୍କକୁ ଦୃଢ଼ ରଖି ପ୍ରତିଟି ପରିସ୍ଥିତିର ଯେଭଳି ସାମ୍ନା କରିପାରିବେ ସେ କ୍ଷେତ୍ରରେ ମାନସିକ ବିଶେଷଜ୍ଞମାନେ ପିଲାଙ୍କୁ ଦିଗଦର୍ଶନ ଦେବେ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବର୍ତ୍ତମାନର ପ୍ରତିଯୋଗିତାମୂଳକ ସମାଜରେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିପାରିବେ । ଏହି କାର‌୍ୟ୍ୟକ୍ରମରେ ଇଣ୍ଡିଆନ ସାଇକିଆଟ୍ରିକସୋସାଇଟି, ଓଡ଼ିଶା ଶାଖାର ମେମ୍ବରଡ଼କ୍ଟର ପ୍ରଫେସର ଶୁଭେନ୍ଦୁ ମିଶ୍ର ଓ ମୋ କଲେଜ ପକ୍ଷରୁ ଶ୍ରୀ ଆଦିତ୍ୟ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *