ବିନା ବହିରେ ପାଠପଢା: ପରୀକ୍ଷା ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ

Spread the love

କେନ୍ଦୁଝର: ଏକାଧିକ ସ୍କୁଲରେ ବିନା ବହିରେ ଚାଲିଛି ପାଠ ପଢା । ଦିନ କେଇଟା ପରେ ପରୀକ୍ଷା ହେବାକୁ ଥିବାବେଳେ ଏବେ ବିନା ବହିରେ ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷା ଦେବେ ତାକୁ ନେଇ ଚିନ୍ତା।

ବିନା ବହିରେ ଚାଲିଛି ପାଠ ପଢା । ପିଲାଙ୍କ ପାଠପଢା ପାଇଁ ସରକାର ମଗଣା ବହି , ଖାଦ୍ୟ ,ପୋଷାକ ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି କେନ୍ଦୁଝର  ଜିଲ୍ଲା ଏନ୍.ଏସ୍.ପୋଲିସ ହାଇସ୍କୁଲ ଓ ଆଟୋପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।  ବର୍ତ୍ତମାନ କିଛି ଶ୍ରେଣୀରେ ପରୀକ୍ଷା ଚାଲିଥିବାବେଳେ ଆଗକୁ ଅନ୍ୟ ଶ୍ରେଣୀର ପରୀକ୍ଷା ଆରମ୍ଭ ହୋଇଯିବ । ହେଲେ ଆଜି ପର୍ଯ୍ୟନ୍ତ ସେମାନେ କିଛି ବହି ପାଇ ନାହାନ୍ତି । ବିନା ବହିରେ ପରୀକ୍ଷା କିପରି ଦେବେ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ।   

ଅନ୍ୟପଟେ ଗୋଦାମ ଘରେ ବଣ୍ଡଲ ବଣ୍ଡଲ ବହି ଥୁଆ ହୋଇଥିବା ଦେଖିବାକୁ ମିଳିଛି । ଏ ସଂମ୍ପର୍କରେ କୌଣସି ସ୍କୁଲର ଶିକ୍ଷକ କ୍ୟାମେରା ସମ୍ମୁଖରେ ମୁହଁ ଖୋଲି ନଥିବା ବେଳେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କହିବା କଥା ଯାହା ବହି ଆସିଛି ସବୁ ସ୍କୁଲ କୁ ଯୋଗାଇ ଦିଆଯାଇଛି। ଯଦି କେଉଁ ସ୍କୁଲରେ ବହି ପହଞ୍ଚି ପାରିନି ଆମେ ତୁରନ୍ତ ସେଠାରେ ବହି ଯୋଗାଇ ଦେବାର ବ୍ୟବସ୍ଥା କରିବୁ ।

ତେବେ କେବେ ପିଲାଙ୍କୁ ବହି ମିଳିବ ଆଉ ପିଲାଙ୍କ ପରୀକ୍ଷା କିପରି ହେବ ତାହା ଦେଖିବାକୁ ବାକି ରହିଲା ।

 ପାର୍ଥ ମିଶ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *