ଅଳିଆ ପାଇଁ ନାହିଁ ଚିନ୍ତା

Spread the love

ବ୍ରହ୍ମପୁର: ଏଣିକି  ସିଧାସଳଖ ବୈଜ୍ଞାନିକ ପଦ୍ଧତି ରେ ନଷ୍ଟ କରାଯିବ ବର୍ଜ୍ୟବସ୍ତୁ । ଡାକ୍ତରଖାନା ରେ ବହୁ ପରିମାଣରେ ବର୍ଜ୍ୟବସ୍ତୁ ବାହାରୁଥିବା ଯୋଗୁଁ ଏହାକୁ ନଷ୍ଟ କରିବା ପାଇଁ ସେରଗଡ଼ ଠାରେ ଭାରତ ସରକାରଙ୍କ ଦ୍ୱାରା କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଖୋଲାଯାଇଛି। ଏଥିରେ ବ୍ରହ୍ମପୁର ସହରର ପ୍ରଥମିକ ପ୍ରର୍ଯ୍ୟାୟରେ ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଲାଗୁ ହୋଇଛି। 

ବର୍ଜ୍ୟବସ୍ତୁ ପାଇଁ ଏବେ ଆଉ ଚିନ୍ତା ନାହିଁ, ସିଧାସଳଖ ବୈଜ୍ଞାନିକ ପଦ୍ଧତିରେ ନଷ୍ଟ କରାଯିବାକୁ ପଦକ୍ଷେପ ନିଆଯାଇଛି। ଡାକ୍ତରଖାନାରେ ବହୁ ପରିମାଣରେ ବର୍ଜ୍ୟବସ୍ତୁ ବାହାରୁଥିବାରୁ ଏହାକୁ ନଷ୍ଟ କରିବା ପାଇଁ ସେରଗଡ଼ ଠାରେ ଭାରତ ସରକାରଙ୍କ ଦ୍ୱାରା କଠିନ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଖୋଲାଯାଇଛି । ଏଥିରେ ବ୍ରହ୍ମପୁର ସହରରେ ପ୍ରାଥମିକ ପ୍ରଯ୍ୟାୟରେ ୮ଟି ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଓ 6 ଗୋଟି ସହରାଞ୍ଚଳ ଆରୋଗ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଲାଗୁ ହୋଇଛି। ଏନେଇ ବିଏମ୍ସି ତରଫରୁ ଏକ ଗାଡିର ଶୁଭ ଉଦଘାଟନ କରାଯାଇଛି।  ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରୁ ଉତାରମୁଖୀ, ଆଗା ସାହି, ଆସ୍କା ରୋଡ, ଗୁଡ଼ସେଦ ରୋଡ, ବୈକୁଣ୍ଠ ନଗର, ରେଡ଼ କ୍ରୋସ ଓ ଖୋଦାସିଙ୍ଗିକୁ ହାତକୁ ନିଆଯାଇଥିବାବେଳେ, ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ମଧ୍ୟରେ ମିନାଖି ନଗର, ତୁଳସୀ ନଗର, ଗୋଶାଣିନୁଆଗାଁ, ଆମ୍ବପୁଆ, ଆଂକଲିଓ ହରଡାଖଣ୍ଡି ରହିଛି ।

ସେପଟେ ସହର ବାସିନ୍ଦା ବ୍ରହ୍ମପୁର ମହାନଗର ନିଗମର ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ, ଯୋଜନାକୁ ସଫଳ ରୂପାୟନ କରିବା ସହ ସହରରେ ଥିବା ଘରେଇ କ୍ଲିନିକ ଓ ହସ୍ପିଟାଲକୁ ଏଥିରେ ସାମିଲ କରାଯାଉ, ଯାହାଦ୍ୱାରା ସହରର ପରିମଳ ବେବସ୍ଥା ଅତି ସୁନ୍ଦର ଓ ସ୍ୱଚ୍ଛ ହୋଇପାରିବ ବୋଲି କହିଛନ୍ତି, ଏହି ନୂତନ ପଦ୍ଧତିରେ  ସହରର ପରିମଳ ବ୍ୟବସ୍ଥା କୁ ଅଧିକ ସୁଦୃଢ ହୋଇପାରିବ ବୋଲି ମତପ୍ରକାଶ ପାଇଛି।

ଇତିଶ୍ରୀ ସମାପିକା ମହାନ୍ତି

Leave a Reply

Your email address will not be published. Required fields are marked *