ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ମଞ୍ଜୁରୀ ପରେ ଖୁସି

Spread the love

() ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର। ଶିମିଳିପାଳ ଓ ସାତକୋଶିଆ ପରେ ଓଡ଼ିଶାରେ ହେବାକୁ ଯାଉଛି ଆଉ ଏକ ବ୍ୟାଘ୍ର ଅଭୟାରଣ୍ୟ। ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ବ୍ୟାପିଥିବା ଦେବ୍ରିଗଡ଼ ଅଭୟାରଣ୍ୟ ସହ ସରାଇଦାମାକ ଓ ଦେଚୁଆଁ ସଂରକ୍ଷିତ ଜଙ୍ଗଲକୁ ମିଶାଇ ୮୦୪ ବର୍ଗ କିଲୋମିଟର ବିଶିଷ୍ଟ ସଂରକ୍ଷିତ ଜଙ୍ଗଲ ସୃ‌ଷ୍ଟି କରାଯିବ। ଏଥି ପାଇଁ ୨୦୧୮ରୁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାଖଲ କରିଥିବା ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ମଞ୍ଜୁର କରିଛନ୍ତି।

ବରଗଡ ଓ ସମ୍ବଲପୁର ଜିଲ୍ଲାରେ ବ୍ୟାପିଥିବା ଡେବ୍ରିଗଡ଼ ଅଭୟାରଣ୍ୟ ହେଵ ବାଘଙ୍କ ନୂତନ ଠିକଣା ,ଏଠାରେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀଙ୍କ ସହ ବହୁସଂଖ୍ୟାରେ କଲରାପତରିଆ ବାଘ ଅଛନ୍ତି। କିନ୍ତୁ, ୨୦୧୭ରେ ଏହି ଅଭୟାରଣ୍ୟରେ ଥିବା ଏକମାତ୍ର ମହାବଳ ବାଘକୁ ଶିକାରୀମାନେ ହତ୍ୟା କରିଥିଲେ। ଏହା ପରଠାରୁ ଦେବ୍ରିଗଡ ମହାବଳ ଶୂନ୍ୟ ରହିଥିଲା। କିନ୍ତୁ , ୨୦୨୨ରେ ‌ପୁଣି ଏକ ମହାବଳ ବାଘ ଆସି ଏହି ଅଭୟାରଣ୍ୟରେ ପ୍ରବେଶ କରିଛି ଓ ଆସ୍ଥାନ ଜମାଇଛି । ସେହିପରି ଦେବ୍ରିଗଡ ଅଭୟାରଣ୍ୟର ପ୍ରତି ଏକ ବର୍ଗ କିଲେମିଟର୍ ଅଞ୍ଚଳରେ ୩୮ ରୁ ୪୦ ବନ୍ୟପ୍ରାଣୀ ରହିଛନ୍ତି। ବାଘର ଅତି ପ୍ରିୟ ଶିକାର ସମ୍ବର ଏଠାରେ ବହୁ ସଂଖ୍ୟାରେ ଅଛନ୍ତି। ଏହାଛଡ଼ା ଚିତ୍ରା ହରିଣ, ଜଙ୍ଗଲି ବାରହା, ଜଙ୍ଗଲି ମଇଁଷି ଏଠାରେ ବହୁସଂଖ୍ୟାରେ ଦେଖାଯାଆନ୍ତି । ଏହାସହ ଜଙ୍ଗଲରେ ଅବୈଧ ଶିକାର ରୋକିବା ଏହାର ଚାରି ପାଖରେ ଥିବା ୪୮ଟି ଗ୍ରାମବାସୀଙ୍କ ସହ ୧୧୧ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ହାତ ମିଲାଇଛନ୍ତି ।

ଓଡ଼ିଶା ସରକାର ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହା ବିଧିବଦ୍ଧଭାବେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ପାଇବ। ବର୍ତ୍ତମାନ ଏଠାରେ ଗୋଟିଏ ବାଘ ଥିବାବେଳେ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପ ଘୋଷଣା ହେବାପରେ ଅଧିକ ସଂଖ୍ୟାରେ ବାଘ ଆଣି ଏହାକୁ ଏକ ସଂପୂର୍ଣ୍ଣ ବ୍ୟାଘ୍ର ଅଭୟାରଣ୍ୟରେ ପରିଣତ କରାଯିବ। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ବିଫଳ ହେବା ପରେ ଦେବ୍ରିଗଡ ପରିବେଶପ୍ରେମୀଙ୍କ ମନରେ ନୂଆ ଆଶା ସଂଚାର କରିଛି ଏବଂ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି କୁ ସମସ୍ତେ ଅପେକ୍ଷା କରିଛନ୍ତି ।

ତେବେ ଦେବ୍ରିଗଡ ଅଭୟାରଣ୍ୟରେ ବ୍ୟାଘ୍ର ପ୍ରକଳ୍ପ କେବେ ଆରମ୍ଭ ହେବ ଏବଂ ଜନ ସାଧାରଣ ଏଥିରୁ କେତେ ଉପକୃତ ହେବେ ତାହା ଦେଖିବାକୁ ବାକି ରହିଲା । 

ବରଗଡରୁ ଧ୍ରୃବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *