ଓଡ଼ିଶା

ନୂଆ ରୂପ ପାଇବ ଜେଲ

କଟକ:  ସ୍ୱାଧୀନତା ସଂଗ୍ରାମର ସ୍ମାରକୀ ବହନ କରୁଥିବା ବ୍ରିଟିଶ ଅମଳର ପୁରାତନ ଜେଲ ର ବଦଳିବ ରୂପରେଖ। ଏହାସହ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ଥିବା ଗଙ୍ଗାମନ୍ଦିର ପୁଷ୍କରଣୀ ଓ ନେତାଜୀ ସେବା ସଦନର ଉନ୍ନତିକରଣ ପାଇଁ ଖୁବଶୀଘ୍ର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବ। ଏଥି ପାଇଁ ଆଜି କଟକ ସାଂସଦ ଭର୍ତ୍ତୃହରି ମହତାବ, ସିଡିଏ ଅଧ୍ୟକ୍ଷଙ୍କ ସହ ସିଏମସି କମିସନର ପୁରା ଅଂଚଳ ବୁଲି ସମୀକ୍ଷା କରିଛନ୍ତି ।

ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ନିକଟରେ ଥିବା ବ୍ରିଟିଶ ଅମଳର ପୁରୁଣା ଜେଲର ହେବ ଉନ୍ନତିକରଣ । ଏହାସହ ଗଙ୍ଗାମନ୍ଦିର ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ  ଏବଂ ନେତାଜୀ ସେବା ସଦନ ର ଉନ୍ନତି ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଏକ ମାଷ୍ଟର ପ୍ଲାନ। ପୁଷ୍କରିଣୀର ପୁନରୁଦ୍ଧାର କରାଯାଇ ସେଠାରେ ବୋଟିଂର ବ୍ୟବସ୍ଥା କରାଯିବା ସହ ପୁଷ୍କରିଣୀ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ଏବଂ ପାର୍କ କରାଯିବ । ଏଥିପାଇଁ ସିଡିଏ ଅଧ୍ୟକ୍ଷ ଅନୀଲ ସାମଲ, ସିଏମସି କମିସନର  ନିଖିଳ ପବନ କଲ୍ୟାଣ, କଟକ ସାଂସଦ ଭର୍ତ୍ତୃହରି ମହତାବ ଅନ୍ୟ ଅଧିକାରୀ ଙ୍କ ସହ ପୁରା ଅଂଚଳ ବୁଲି ସମୀକ୍ଷା କରିଛନ୍ତି । ପୁରୁଣା ଜେଲ ପରିସରରେ ଏକ ଶିଶୁ ଉଦ୍ୟାନ କରିବାକୁ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି କଟକ ସାଂସଦ ।

ପୁରୁଣା ଜେଲର ନବୀକରଣ ପାଇଁ ୨୦୧୦ମସିହାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିବା ସହ ଇନଟାକ କୁ କାର୍ଯ୍ୟଭାର ଦିଆଯାଇଥିଲା। କାମ ଆରମ୍ଭ ହୋଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତଥାପି କାମ ସରିନଥିବାରୁ ଏବେ ଜବରଦଖଲକାରୀଙ୍କ କବ୍ଜା ରେ ଏହି ସ୍ଥାନ। ଏଥିସହ ବୁଲା ଗାଈଗୋରୁଙ୍କ ପାଇଁ ପାଲଟିଛି ଚାରଣ ଭୂଇଁ । ଖାଲି ସେତିକି ନୁହେଁ ବେଆଇନ ଭାବେ ଗାଡ଼ି ପାର୍କିଂ କରିବା ସହ ଅସାମାଜିକ ବ୍ୟକ୍ତିଙ୍କ ଆଡା ସ୍ଥଳୀ ପାଲଟିଛି । ତେବେ ଖୁବଶୀଘ୍ର ଉଠାଦୋକାନ ଜବରଦଖଲ ଉଚ୍ଛେଦ କରାଯାଇ ପୁରୁଣା ଜେଲ ଏବଂ ନେତାଜୀ ସଂଗ୍ରହାଳୟର ପାର୍ଶ୍ୱବର୍ତୀ ଅଞ୍ଚଳକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳ ଭାବେ ଗଢି ତୋଳାଯିବ ବୋଲି କହିଛନ୍ତି ସିଡ଼ିଏ ଅଧ୍ୟକ୍ଷ ଏବଂ ସିଏମସି କମିଶନର ।

ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button