ଅପରାଧଓଡ଼ିଶା

ଝିଅ ମୃତ୍ୟୁର ଦୁଇ ମାସରେ ବାପା ମାଙ୍କ ଆତ୍ମହତ୍ୟା

(ବରଗଡ) ବରଗଡ଼ ଜିଲ୍ଲା ଭଟଲି ଥାନା ଭଡିଗାଁରେ ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କଲା ପୋଲିସ । ମୃତ ଦମ୍ପତି ହେଲେ ରଘୁ ଭୁଏ ଓ ପ୍ରତିଷ୍ଟା ଭୁଏ । ଗତ ବର୍ଷ ଡିସେମ୍ବରରେ ଏକମାତ୍ର ଝିଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିଲେ ବାପା ମା । ଆଜି ଘର ଭିତରୁ ସ୍ୱାମୀ ସ୍ତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ଭଟଲି ପୋଲିସ ।

ଝିଅର ମୃତ୍ୟୁରେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କଲେ ବାପା ମା । ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଡିଗାଁରେ । ମୃତ ଦମ୍ପତି ହେଲେ ଭଡିଗାଁର ରଘୁ ଭୁଏ ଓ ପ୍ରତିଷ୍ଟା ଭୁଏ । ଗତ ବର୍ଷ ଡିସେମ୍ବର 2 ତାରିଖ ଦିନ ମୃତ ଦମ୍ପତିଙ୍କ ଏକମାତ୍ର ଝିଅ ସସ୍ମିତା ଭୂଏକୁ ଗାଁର ଅଜିତ ବରିହା ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏକମାତ୍ର ଝିଅକୁ ହରାଇ ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ପଡ଼ିଥିଲେ  ସସ୍ମିତାଙ୍କ ମା ବାପା । ଝିଅ ଚାଲି ଯିବାର  ବିରହ ବେଦନା ସହି ନପାରି  ଶେଷରେ ଘର ଭିତରେ ଝୁଲିପଡିଲେ ଦମ୍ପତି । ଏଭଳି ଏକ ହୃଦୟ ବିଦାରକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଗାଁରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ ।

ପ୍ରଥମେ ଝିଅ  ପରେ  ମା ବାପା ଚାଲିଯିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଜେଲ ଭିତରେ ଥିବା ସସ୍ମିତା ହତ୍ୟା ଘଟଣାର ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡବିଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ପତ୍ନୀ ଓ ଝିଅକୁ ନେଇ ରଘୁଙ୍କ ପରିବାର । ଝିଅ ସସ୍ମିତାର ବାହାଘର ପାଇଁ  ମଧ୍ୟ ପ୍ରସ୍ତୁତ ଥିଲେ ଦମ୍ପତି । ହେଲେ କୌଣସି କାରଣକୁ ନେଇ ସସ୍ମିତାକୁ ଗାଁର ଅଜିତ ବରିହା ଟାଙ୍ଗିଆରେ ହାଣି କରିଥିଲା ହତ୍ୟା । ଝିଅକୁ ହରାଇ ମାନସିକ ଚାପଗ୍ରସ୍ତରେ ଜୀବନ ହାରିଛନ୍ତି ବାପା ମା ।

 ଧୃବ କର୍ମୀଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button