ଶ୍ରେୟ ରାଜନୀତିରେ ମସଗୁଲ ବିଜେପି, ବିଜେଡି

() ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଚଳାଚଳ ପରେ ତେଜିଛି ଵିଜ୍ଞାପନ ରାଜନୀତି। ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପ। ପୋଷ୍ଟରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏପଟେ ଗତକାଲି ମୁହଁଖୋଲିନଥିବା ମନ୍ତ୍ରୀ ଆଶୋକ ପଣ୍ଡା ଆଜି ବିଜେପି ଉପରେ ବର୍ଷିଛନ୍ତି । ସେପଟେ ହକ ବିଶ୍ବକପକୁ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ । 

ଜାନୁୟାରୀ ୭ ତାରିଖରେ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ବିମାନ ଚଳାଚଳ ପାଇଁ ପ୍ରକାଶିତ ବିଜ୍ଞାପନକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞାପନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ନ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ । ଧର୍ମେନ୍ଦ୍ର ପ୍ରଧାନ ଏନେଇ ଅସନ୍ତୋଷ ମଧ୍ୟ ଝାଡିଥିଲେ । ତେବେ ଶନିବାର ଏହି ପ୍ରସଙ୍ଗରେ ଗଣମାଧ୍ୟମ ଆଗରେ ଚୁପ୍ ରହିଥିବା ମନ୍ତ୍ରୀ ଅଶୋକ ପଣ୍ଡା ଏବେ ସିଧା ବିଜେପି ଉପରେ ବର୍ଷିଛନ୍ତି। ରବିବାର ଖବରକାଗଜ ଵିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଅଛି । ଯଦି ସେମାନଙ୍କର ବିଶାଳ ହୃଦୟ ଥାନ୍ତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ଲିଙ୍ଗରାଜ ମନ୍ଦିର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଫଟୋ କାହିଁକି ଦେଲେନି ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଅନ୍ୟପଟେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କାଉଣ୍ଟର କରିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ବିଜେଡି ସରକାର ବାରମ୍ବାର ଅପମାନିତ ହୋଇସାରିବା ପରେ  ସୌଜନ୍ୟତାର ଆଶା ରଖିବା ସମ୍ପୂର୍ଣ୍ଣ ଭିତ୍ତିହୀନ। ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ଉଭୟ ଦଳକୁ କଟାକ୍ଷ କରି କହିଛନ୍ତି,  ଏଠି ଉଭୟ ଦଳ ଶସ୍ତା ରାଜନୀତି କରୁଛନ୍ତି। ତେବେ ହକି ବିଶ୍ବକପକୁ ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜନ ହିତାକାରୀ ଯୋଜନା ଜରିଆରେ ଶ୍ରେୟ ନେବାରେ କୌଣସି ସୁଯୋଗ ହାତଛଡା କରୁନାହାନ୍ତି।  

ଜ୍ୟୋତି ମଞ୍ଜରୀ ସାହୁ ଓ ସିମ୍ପୁଲ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *