ବିଭିନ୍ନ ଦାବୀ ନେଇ ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ। ଯଥାଶୀଘ୍ର ଦାବୀ ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଛାତ୍ରଛାତ୍ରୀଙ୍କ ଚେତାବନୀ । ଦୀର୍ଘ ୮ମାସ ଧରି କଲେଜ କ୍ୟାମ୍ପସରେ ପାଠ ପଢା ଯାଉ ନ ଥିବାବେଳେ ଅଧ୍ୟକ୍ଷ ଓ ଅଧ୍ୟାପକମାନେ ନିୟମିତ କଲେଜ ଆସୁ ନ ଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଯାହା ଦ୍ଵାରା ଶିକ୍ଷାଦାନରୁ ବଞ୍ଚିତ ହୋଇ ପରୀକ୍ଷା ସମୟରେ ଅନେକ ସମସ୍ୟା ସହ ସେମିଷ୍ଟIରରେ ମଧ୍ୟ କୃତକାର୍ଯ୍ୟ ହୋଇପାରୁ ନଥିବା କରିଛନ୍ତି । ଅନ୍ୟପଟେ ପାଠ ପଢ଼ିବାକୁ ବର୍ଷକୁ ୬୦ ହଜାର ଟଙ୍କା ଦେଉଥିବାବେଳେ, କାହିଁକି ନିୟମିତ ପାଠପଢାରୁ ସମ୍ପୂର୍ଣ ବଞ୍ଚିତ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଏନେଇ କଲେଜ କର୍ତୃପକ୍ଷ ଓ ଜିଲ୍ଲାପାଳଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେବେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now