Kendujhar

କେନ୍ଦୁଝରରେ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକରେ ଯୁଦ୍ଧକାଳୀନ ଭିତିରେ ମୁକାବିଲା ଉପରେ ଗୁରୁତ୍ୱ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ବାତ୍ୟା , ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ  ସମୟରେ ଯୁଦ୍ଧକାଳୀନ ଭିତିରେ ସଫଳ ମୁକାବିଲା ଦିଗରେ ଗୁରୁତ୍ୱ ଦିଆଯାଇଛି । ଏହି ବୈଠକରେ ତେଲକୋଇ ବିଦାୟକ ପ୍ରେମାନନ୍ଦ ନାଏକ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସୁଷମା ବିଲୁଙ୍ଗ , ଜିଲ୍ଲାପାରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ , ଆନନ୍ଦପୁର ଡିଏଫଓ ଅଭୟ କୁମାର ଦଲେଇ , ଆଇଏଏସ ପ୍ରୋବେସନାର ଧୀମାନ ଚକମା , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ ଅଧିକାରୀ କିଶୋର କୁମାର ପୃଷ୍ଟି ,ଉପଜିଲ୍ଲାପାଳ କେନ୍ଦୁଝର ରାମଚନ୍ଦ୍ର କିସ୍କୁ , ଉପଜିଲ୍ଲାପାଳ ଆନନ୍ଦପୁର ଅନୀଲ କୁମାର ସେଠୀ , ଜିଲ୍ଲା ଆପତକାଳୀନ ଅଧିକାରିଣୀ ଶ୍ରୀମତୀ ସୁରଞ୍ଜିକା ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର , ପୌରପାଳିକା ଓ ଏନ.ଏ.ସି ଅଧିକାରୀ ବୃନ୍ଦ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବିପର୍ଯ୍ୟୟ ସମୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦ୍ଧାର , ରିଲିଫ ବ୍ୟବସ୍ଥା ତ୍ୱରାନ୍ନିତ କରାଯିବା ସହ ଗର୍ଭବତୀ ମହିଳା , ଶିଶୁ ବୃଦ୍ଧଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର , ପ୍ରାଣୀ ସଂପଦର ସଂପୁର୍ଣ୍ଣ ସୁରକ୍ଷା କରାଯିବା ସହ ଚବିଶ ଘଟିଂଆ କଟୋଂଲ ରୁମ ସମସ୍ତ ବ୍ଲକ , ସବଡିଭିଜନ ସ୍ତରରେ କାର୍ଯ୍ୟକ୍ଷମ   ରଖିବା ପାଇିଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜଳ ସଂପଦ , ପୂର୍ତ ବିଭାଗ , ଆବଶ୍ୟକ ସ୍ଥାନ ଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ସହ ସହ ଯେ କୌଣସି ପରିସ୍ଥିତିର ମୁକାବିଲା ପାଇିଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି । ପୌରାଚଂଳ ଓ ଏନଏସି ମାନଙ୍କର ଡ୍ରେନେଜ ବ୍ୟବସ୍ଥାର ପୁନୁରୁଦ୍ଧାର ସହିତ ସମସ୍ତ ଅଂଚଳରେ ନିରାପଦ ଆଶ୍ରୟସ୍ଥଳୀ ଗୁଡିକର ଆବଶ୍ୟକ ମରାମତି  ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶୁଖିଲା ଖାଦ୍ୟ , ଦିଆସିଲି , ମହମବତୀ , କିରୋସିନୀ , ବିସ୍କୁଟ , ଆଦି ପ୍ରଚୁର ପରିମାଣରେ ମହଜୁଦ ରଖିବାକୁ ବେସାମରିକ ଯୋଗାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପର୍ଯ୍ୟାପ୍ତ ପରିମାଣରେ ଜୀବନ ରକ୍ଷାକାରୀ ଆବଶ୍ୟକ େଓା÷ଷଧ , ବିଶୋଧନ ସାମଗ୍ରୀ , ବିଭିନ୍ନ ସେଟଂର ମାନଙ୍କରେ ମହଜୁଦ ରଖିବା ପାଇିଁ ସ୍ଥିର ହୋଇଥିଲା । ବିପର୍ଯ୍ୟୟ ସମୟରେ ଗମନା ଗମନ , ଉଦ୍ଧାର , ରାସ୍ତା ଅବରୋଧ ଆଦି କାର୍ଯ୍ୟ ଗୁଡିକ ଶୃଙ୍ଖଳିତ ଭାବେ ସଂପନ୍ନ କରିବାକୁ ପୋଲିସ ବାହିନୀ , ଅଗ୍ନିସମ ବାହିନୀ , ଓଡ୍ରାପ୍ଟ ବାହିନୀକୁ କାର୍ଯ୍ୟରେ ନିୟୋଜିତ କରିବାକୁ ବିଶଦ ଆଲୋଚନା ହୋଇଥିଲା । ଆପତକାଳୀନ ଅଧିକାରିଣୀ ସୁରଞ୍ଜିକା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା  ଆକ୍ସନ ପ୍ଲାନ ୨୦୨୩-୨୪ କୁ ସର୍ବସମ୍ମତିରେ ଅନୁମୋଦନ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button