ବିଜେପି ପକ୍ଷରୁ ଗରିବ କଲ୍ୟାଣ ସମାବେଶ

Spread the love

ସମ୍ବଲପୁର : ସମ୍ବଲପୁର ବିଜେପି ପକ୍ଷରୁ ଗତକାଲି ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଙ୍ଗାଲି ମଣ୍ଡଳ ସ୍ତରୀୟ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

କେନ୍ଦ୍ରରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତି ଅବସରରେ ବିଜେପି ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୋଦୀ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବିଜେପି ସଂଗଠନକୁ ବୁଥ ସ୍ତରରୁ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ମଜଭୂତ ଓ ଅଧିକ ସକ୍ରିୟ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସେଥି ମଧ୍ୟରୁ ଗରିବ କଲ୍ୟାଣ ସମାବେଶ ଅନ୍ୟତମ । ଆଜିର ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକ ସମ୍ପର୍କରେ ହିତାଧିକାରୀଙ୍କ ସମେତ ସାଧାରଣ ଜନତା, ବିଜେପି ସମର୍ଥକମାନେ ସାମିଲ ହୋଇ ସମସ୍ତ ବିଷୟରେ ସଚେତନ ହୋଇଥିଲେ । ମୋଦୀ ସରକାରର ଯୋଜନା ଗୁଡିକ ସମାଜର ସମସ୍ତ ବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ସମଗ୍ର ଦେଶରୁ ସମ୍ପୂର୍ଣ୍ଣ ଦାରିଦ୍ର‌ତାକୁ ମୂଳୋତ୍ପାଟନ କରି ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଜନ କକଲ୍ୟାଣକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟଥିଲା । ଗତକାଲି ରେଙ୍ଗାଲି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍‌ଯ ସାଧାରଣ ସମ୍ପାଦକ ରବିନାରାୟଣ ନାୟକ, ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ , ରାଧେଶ୍ୟାମ ବାରିକ, ଆଶିଷ ହୋତା, ସୁଶିଲ କର, ସୁଧୀର ଗୁପ୍ତା, ସୁଶମା ସାହୁ , ନରେନ୍ଦ୍ର ମିଶ୍ର, ଦେବେନ୍ଦ୍ର ନାୟକ, ବିଶିକେଶନ ପଣ୍ଡା, ଅର୍ଜୁନ ନାୟକ, ଅଶେକ ନାୟକ, ଉତମ ବିଶ୍ୱାଳ, ତିରେଜ ହେଡେଜା, ସରୋଜ ମେହେର, ପ୍ରଶାନ୍ତ ବାରିକ, ନବୀନ ପଧାନ, ଜୟରାମ କିଶାନ ପ୍ରମୁଖ ଉପସ୍ଥିତ ଜନସାଧାରଣ, ପଦାଧିକାରୀ ଓ କର୍ମୀ ମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ ଘିଚାମୁରା ପଞ୍ଚାୟତର ୫୦ରୁ ଉର୍ଦ୍ଧ୍ୱ ଅଞ୍ଚଳବାସୀ ବିଜେପିରେ ଯୋଗଦାନ କରିଥିଲେ । ପ୍ରାରମ୍ଭରେ ମଣ୍ଡଳ ସଭାପତି ତିରୋଜ ହେଡେଜା ସ୍ୱାଗତ ଭାଷଣ ଦେଇଥିବା ବେଳେ ସୁଧିର ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *