ମହାବିଷୁବ ସଂକ୍ରାନ୍ତିରେ ବଡ ଅଘଟଣ । ନିଆଁରେ ଜଳିଲା ଦୋକାନ ସମେତ ଗୋଟିଏ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପ୍ରତି ନିଆଁରେ ଜଳି ଭସ୍ମୀଭୂତ। ପୁରୁଣାକଟକ ଥାନା ଅନ୍ତର୍ଗତ ଚାରିଛକ ବଜାରର କୌଶଲ୍ୟା ସ୍ୱାଇଁ ଘର ଓ ଦୋକାନରେ ଇଲେଟ୍ରି ସଟ ସର୍କିଟ ଯୋଗୁଁ ଲାଗିଲା ନିଆଁ । ଚାରିଛକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁଲିଭା କାର୍ଯ୍ୟ ଜାରି । ସୂଚନା ମତାବକ ଆଜି ଚାରିଛକ ବଜାରର କୌଶଲ୍ୟା ସ୍ୱାଇଁ ନିଜ ଘରେ ପାଣିମଟର ଲଗାଇବା ପାଇଁ ଯାଇଥିବା ବେଳେ ହଠାତ ବିଦ୍ୟୁତ ତାର ସଟ ସର୍କିଟ ହୋଇଥିଲା ଫଳରେ ପାଖରେ ଥିବା ପେଟ୍ରୋଲ ବୋତଲରେ ନିଆଁ ଲାଗିଯାଇଥିଲା । ପାଖରେ ଗ୍ରାମବାସୀ ଓ ତାଙ୍କ ପୁଅ ଆସି ନିଆଁରୁ କୌଶଲ୍ୟାଙ୍କୁ ବାହାରକୁ ଆଣିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ଚାରିଛକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ପାଇଁ ପ୍ରୟାସ କରିଥିଲା । କିନ୍ତୁ ରନ୍ଧନ ଗ୍ୟାସରେ ନିଆଁ ଲାଗିଯାଇଥିବାରୁ ପ୍ରାୟ ୧ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ କରିଥିଲା ଅଗ୍ନିଶମ ବାହିନୀ । ଅନ୍ୟପଟେ ନିଆଁରେ ଜଳିଯାଇ ଗୁରୁତର ଅବସ୍ଥାରେ କୌଶଲ୍ୟା ସ୍ୱାଇଁଙ୍କୁ ପୁରୁଣାକଟକ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତାଙ୍କର ଗୋଡ଼ ହାତ ନିଆଁରେ ପଡିଯାଇଛି । ଅନ୍ୟପଟେ ଦୋକାନ ଓ ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତି ନିଆଁରେ ଜଳିଯାଇଛି । ତେଣୁ ଅସହାୟ ଅଗ୍ନିବିପର୍ଣ୍ଣ ପରିବାରକୁ ସରକାରୀ ସହାୟତା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now