Balangirଓଡ଼ିଶା

ସନ୍ଧ୍ୟା ସାଥୀ ଫ୍ରେଣ୍ଡ୍ସ କ୍ଲବ ପକ୍ଷରୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପଟାଲ ମେଡିସିନ ୱାର୍ଡ ପାଇଁ କୁଲର ପ୍ରଦାନ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ସନ୍ଧ୍ୟା ସାଥୀ ଫ୍ରେଣ୍ଡସ୍ କ୍ଲବ ସଦସ୍ୟମାନଙ୍କ ତରଫରୁ ଭୀମଭୋଇ ମେଡିକାଲ କଲେଜର ଅଧ୍ୟକ୍ଷ ଡ଼ଃ.ମାନସି ପଣ୍ଡା ଏବଂ ହସ୍ପିଟାଲ ମେନେଜର ସୁଦିପ ଦତଙ୍କ ଉପସ୍ଥିତରେ ଦୁଇଗୋଟି କୁଲର ମେଡ଼ିସିନ ୱାର୍ଡ ପାଇଁ ଗତକାଲି ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ସନ୍ଧ୍ୟା ସାଥୀ ବନ୍ଧୁମାନଙ୍କ ପକ୍ଷରୁ ବିଗତ କରୋନା ସମୟରେ ରୋଗୀମାନଙ୍କ ପାଇଁ ଗୋଟିଏ ଲେଖାଏଁ କୀଟ ପ୍ରଦାନ କରାଯାଇଥିଲା । କ୍ଲବ ପକ୍ଷରୁ ଆହୁରି ଅନେକ ସାମାଜିକ କାର୍ଯ୍ୟ କରିବା ପାଇଁ ନିଷ୍ପତି ନିଆଯାଇଛି ।

ଏହି କାର୍ଯ୍ୟକ୍ରମରେ ଲୋଟସ ଷଢଙ୍ଗୀ, ଜଗନ୍ନାଥ ମିଶ୍ର, ମଧୁ ବନ୍‌ଛୋର, ପ୍ରଦୀପ ମହାପାତ୍ର, ମହେନ୍ଦ୍ର ପୃଥ୍ୱୀରାଜ, ଲଷ୍ମୀ ସ୍ୱାଇଁ, ଦିଲୀପ ସ୍ୱାଇଁ, ପ୍ରତ୍ୟୁଷ ପ୍ରକାଶ ଯୋଶୀ, ରଂଜିତ ବେହେରା, ଟିକୁ ପରିଚ୍ଛା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published.

Back to top button