ମମତା ସରକାରଙ୍କୁ ସୁପ୍ରିମ୍ ଝଟକା

Spread the love

ମାସ ମାସ ଧରି କିଛି କରିନଥିଲେ ସରକାର। କେବଳ ନୀରବଦ୍ରଷ୍ଟା ସାଜିଥିଲେ। ଏଭଳି ଢଙ୍ଗରେ ଭର୍ତ୍ସନା କରି ବଙ୍ଗ ସରକାରଙ୍କ ଉପରେ ଝାଡ଼ିଛନ୍ତି ସର୍ବୋଚ୍ଚ ଅଦାଲତ। ମମତା ସରକାରଙ୍କୁ ସୁପ୍ରିମ୍ ଝଟକା ଲାଗିଛି। ସନ୍ଦେଶଖାଲିରେ ସିବିଆଇ ତଦନ୍ତକୁ ବିରୋଧ କରିଥିବା ବଙ୍ଗ ସରକାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ସିବିଆଇ ତଦନ୍ତ ଜାରି ରହିବ। ଏହା ସହ ରାଜ୍ୟ ସରକାର କୌଣସି ବ୍ୟକ୍ତିକୁ ବଞ୍ଚାଇବାକୁ କାହିଁକି ପ୍ରୟାସ କରୁଛି ବୋଲି ପଚାରିଥିଲେ କୋର୍ଟ। ସନ୍ଦେଶଖାଲି ଘଟଣାରେ ସିବିଆଇ ତଦନ୍ତ ଲାଗି ନିର୍ଦେଶ ଦେଇଥିବା କୋଲକାତା ହାଇକୋର୍ଟଙ୍କ ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇଥିଲେ ମମତା ସରକାର। ଜାନୁଆରୀ ୫, ୨୦୨୪ରେ ଇଡି ରାସନ ଦୁର୍ନୀତିରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ ପାଇଁ ସନ୍ଦେଶଖାଲି ଯାଇଥିଲା। ଆଉ ଇଡି ଟିମ୍ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଶାହାଜାହାନଙ୍କ ଯୌନହିଂସା ଘଟଣା ବି ସାମ୍ନାକୁ ଆସିଥିଲା। ଶାହାଜାହାନ ଶାସକ ଦଳର ଥିବାରୁ ତାଙ୍କୁ ଗିରଫ କରାଯାଇନଥିଲା। ଶାହାଜାହାନ ଦୀର୍ଘ ଦିନ ଫେରାର ଥିଲେ। କୋର୍ଟଙ୍କ ଛାଟ ପରେ ସରକାର ତାଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲେ।

Leave a Reply

Your email address will not be published. Required fields are marked *